ମ୍ୟୁଜିକ ଇଣ୍ଡଷ୍ଟ୍ରି ଛାଡିବେ ବାଦଶାହ

ମୁମ୍ବାଇ: ଦେଶରେ ଜଣେ ଆଗଧାଡିର ରାପର ଭାବେ ବାଦଶାହଙ୍କ ନାମ ଆଗରେ ରହିଛି । ଟପ୍ ରାପରଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । ଇଣ୍ଡିଆନ ପପ ଷ୍ଟାର ବାଦଶାହ ନିଜର ଖୁବ ସୁନ୍ଦର ଗୀତ ପାଇଁ ବେଶ ପରିଚିତ । ତେବେ କେବଳ ଦେଶ ନୁହେଁ ବିଦେଶରେ ବି ଶ୍ରୋତା ଓ ଦର୍ଶକେ ତାଙ୍କ ରାପର ଅନ୍ଦାଜକୁ ବେଶ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ଫଲୋଇଂଙ୍କ ସଂଖ୍ୟା ବି ବେଶ ଅଧିକ । ନାଇଟ ପାର୍ଟି ହେଉ ଅବା ବିବାହ ବାଦଶାହଙ୍କ ଗୀତ ବିନା ଏହା ଯେମିତି ଅଧୁରା ଲାଗେ । ଏସବୁ ଭିତରେ ବାଦଶାହଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି ।
ସୋସିଆଲ ମିଡିଆରେ ସିଙ୍ଗର ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏଥିରେ ବାଦଶାହ ଲଖିଛନ୍ତି ମ୍ୟୁଜିକ ସେ ବ୍ରେକ୍ । ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାଶା ଭାବ ସ୍ପଷ୍ଟ ଦେଖାଯାଇଛି ।
ସୂଚନାଯୋଗ୍ୟ, ଗାୟକ ଇନଷ୍ଟାଗ୍ରାମରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ପ୍ରଶଂକଙ୍କ ଚିନ୍ତା ବଢିଯାଇଛି । ଏହି ପୋଷ୍ଟ ଅନୁଯାୟୀ ବାଦଶାହ ଖୁବଶୀଘ୍ର ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ବିଦାୟ ନେଉଛନ୍ତି । ତେବେ ବାଦଶାହାଙ୍କ ଏହି କଥା ଅନ୍ୟମାନଙ୍କ ପାଇଁ ଜମା ହଜମ ହେଉନି ।

Share