ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ

ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ ହୋମ ଆଇସୋଲେଶନ ଓ କ୍ୱାରାଣ୍ଟାଇନ ନିୟମରେ ପରିବର୍ତ୍ତନ କରାଯାଇଛି। ମହାନଗର ନିଗମ ପକ୍ଷରୁ କୁହାଯାଇଛି କି ଯେଉଁମାନେ ବିମାନ ଯାତ୍ରା କରି ମୁମ୍ବାଇ ଆସୁଛନ୍ତି ସେମାନଙ୍କୁ ଅତିକମ୍‌ରେ ୧୪ ଦିନ ହୋମ ଆଇସୋଲେଶନରେ ରହିବାକୁ ପଡିବ। ତେବେ ମହାରାଷ୍ଟ୍ର ସରକାରଙ୍କ କହିବା କଥା ହେଲା ହୋମ୍‌ କ୍ୱାରାଣ୍ଟାଇନର ଅବଧି ୧୪ ଦିନ ରଖାଗଲେ ଭାଇରସ ସଂକ୍ରମଣ ଆଶଙ୍କା କମ୍‌ ହୋଇପାରେ। ଯଦି ସରକାରୀ କର୍ମଚାରୀ କଣସି କାମରେ ମୁମ୍ବାଇ ଆସନ୍ତି ତେବେ ସେମାନେ ଦୁଇଦିନ ପୂର୍ବରୁ ବ୍ରିହାନମୁମ୍ବାଇ ମହାନଗର ନିଗମକୁ ସୂଚନା ଦେବେ।

Share