ରାଇକିଆ,୧୧ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡିଓ ଭାବେ ସୀମାଞ୍ଚଳ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ସୋରଡ଼ା ବିଡିଓ ଭାବେ କାର୍ଯ୍ୟରତ ଥିଲେ। ବୁଧବାର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବିଡିଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ ତାକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କ ସହଯୋଗରେ ରାଇକିଆ ଅଞ୍ଚଳର ବିକାଶକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଥିଲେ। ପୂର୍ବରୁ ଏଠାରେ କାର୍ଯ୍ୟରତ ବିଡିଓ ଶରତ ପାତ୍ରଙ୍କର ଗୁମ୍ମା ବ୍ଲକକୁ ବଦଳି ହୋଇଛି।