Advertisement

ଦିଗପହଣ୍ଡିରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏଠାରେ ଥିବା ତହସିଲଦାର ଅନିତା କୁମାରୀ ସାହୁଙ୍କ ବୌଦ୍ଧ ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି ।  ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗରେ ଓଏସଡି ଭାବେ ଦାୟିତ୍ଵରେ ଥିବା ସନ୍ତୋଷ କୁମାର ସାହୁଙ୍କୁ ଦିଗପହଣ୍ଡି ତହସିଲଦାର ଭାବେ ବଦଳି ହୋଇଥିଲା ।

ନବ ନିଯୁକ୍ତ ଦିଗପହଣ୍ଡି ତହସିଲଦାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ୱରେ ଥିବା ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି । ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ଙ୍କ ସମେତ  ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ନବାଗତ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରାଯିବା ତାଙ୍କର ପ୍ରାଥମିକତା ହେବ ବୋଲି ନବନିଯୁକ୍ତ ତହସିଲଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel