ସୁବର୍ଣ୍ଣପୁର ,୩।୬(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳ ଭାବେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିମଳେନ୍ଦୁ ରାୟ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ ଜିଲାପାଳ ତଥା ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ନୂତନ ଜିଲାପାଳ ରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ନୂତନ ଜିଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଜିଲାର ସାମଗ୍ରିକ ବିକାଶ ଦିଗରେ କାମ କରିବେ ବୋଲି କହିଥିଲେ।