ବ୍ଲକ ଶିକ୍ଷାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

କୋରୁକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ପତିତପାବନ ଦାସ ଦୀର୍ଘଦିନ ରହିଥିବାବେଳେ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ତେବେ ୪ ମାସ ଅସ୍ଥାୟୀ ଭାବେ ଦୁଇଜଣ ଶିକ୍ଷାଧିକାରୀ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ନୂତନ ଭାବେ କାଲିମେଳା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଅସିତ ମିସ୍ତ୍ରୀଙ୍କୁ କୋରୁକୋଣ୍ଡା ଶିକ୍ଷାଧିକାରୀ ଭାବେ ପଦୋନ୍ନୋତି କରି ଦାୟିତ୍ୱ ଦିଆଯାଇଛି। ଆଜି ସେ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିବା ସହ ଆଗାମୀ ଦିନରେ ବ୍ଲକର ଶିକ୍ଷାବ୍ୟବସ୍ଥା କିପରି ଉନ୍ନତମାନର ହେବା ସହିତ ଛାତ୍ରୀଛାତ୍ରଙ୍କୁ କିପରି ଶିକ୍ଷାକ୍ଷେତ୍ରରେ ଆଗକୁ ନେଇ ହେବ ସେନେଇ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଚେଷ୍ଟା କରିବି ବୋଲି କହିଥିଲେ।