ନିଶା ପାଇଁ ନେଉଛନ୍ତି ନିଷିଦ୍ଧ ଇଞ୍ଜେକ୍ସନ

ଆଶିଷ ରଞ୍ଜନ ପଣ୍ଡା
ରାୟଗଡ଼ା, ୫।୫: ନିଦ୍ରାହୀନତା, ବାନ୍ତି, ମୁଣ୍ଡବ୍ୟଥା, ଶରୀରରେ ହେଉଥିବା ଅସହ୍ୟ ଯନ୍ତ୍ରଣା ଉପଶମ ପାଇଁ ବ୍ୟବହାର କରାଯାଏ ଫୋର୍ଟୱିନ ଏବଂ ଫେନରଗାନ୍‌ ଇଞ୍ଜେକ୍ସନ। ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ହେଉଥିବା ପୀଡ଼ା ଏବଂ ବାନ୍ତିକୁ ରୋକିବାରେ ଏହା ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ରୋଗୀଙ୍କ ପାଇଁ ସେତିକି ଆବଶ୍ୟକତା ଅନୁଭବ କରିବା ପରେ ହିଁ ଡାକ୍ତର ଏଥିଲାଗି ପରାମର୍ଶ ଦେଇଥାଆନ୍ତି। ହେଲେ ଜଟିଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯିବା ଆଶଙ୍କା ଥିବାରୁ ପ୍ରାୟ ୧୦ ବର୍ଷ ହେଲା ବିନା ପ୍ରେସ୍‌କ୍ରିପ୍‌ଶନରେ ଏହି ଦୁଇ ଇଞ୍ଜେକ୍ସନର ଅବାଧ କାରବାର ଉପରେ କଟକଣା ଜାରି କରାଯାଇଛି। ତେବେ ରାୟଗଡ଼ା ଜିଲାର ନିଶା କବଳିତ ଯୁବପିଢ଼ି ଏଭଳି ବିପଜ୍ଜନକ ଇଞ୍ଜେକ୍ସନର ଭୟାବହତା ବିଷୟରେ ସାମାନ୍ୟତମ ସଚେତନ ନାହାନ୍ତି। ଶସ୍ତାରେ ନିଶା ଆବଶ୍ୟକତା ପୂରଣ କରିବାକୁ ଯାଇ ସେମାନେ ସ୍ବାସ୍ଥ୍ୟକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ନିଶା ଇଞ୍ଜେକ୍ସନର ଏଭଳି ଅବାଧ କାରବାର ରୋକିବା ଦିଗରେ ଡ୍ରଗ୍ସ ବିଭାଗର ନିୟନ୍ତ୍ରଣ ନ ଥିବାବେଳେ ଏହାର ଚେର ସହର ଡେଇଁ କ୍ରମଶଃ ଗ୍ରାମାଞ୍ଚଳକୁ ମାଡ଼ିଚାଲିଥିବା ଅଭିଯୋଗ ହେଉଛି।
‘ଧରିତ୍ରୀ’ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି, ରାୟଗଡ଼ା ଜିଲାର ରାୟଗଡ଼ା, ମୁନିଗୁଡ଼ା ସମେତ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିଥିବା ଅଞ୍ଚଳରେ ନିଶା କବଳିତ ଯୁବପିଢ଼ି ଅସୁରକ୍ଷିତ ଭାବେ ଫୋର୍ଟୱିନ୍‌ ଏବଂ ଫେନରଗାନ୍‌ ଇଞ୍ଜେକ୍ସନ ବ୍ୟବହାର କରୁଛନ୍ତି। ୨ ଏମ୍‌ଏଲ୍‌ ବିଶିଷ୍ଟ ଫେନରଗାନ୍‌ ଭାଏଲ୍‌ର ଦାମ୍‌ ୧୩ ଟଙ୍କା ୪୦ ପଇସା ଥିବାବେଳେ ଫୋର୍ଟୱିନ୍‌ର ବଜାର ମୂଲ୍ୟ ରହିଛି ୫ ଟଙ୍କା ୯ ପଇସା। ତେବେ ଏହି ଦୁଇ ଇଞ୍ଜେକ୍ସନର ଶରୀର ଉପରେ ପ୍ରତିକୂଳ ପ୍ରଭାବ ଜଣାପଡ଼ିବା ପରେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପ୍‌ଶନ୍‌ରେ ଏହାର ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ରାୟଗଡ଼ା ଡ୍ରଗ୍ସ ଇନ୍ସପେକ୍ଟର ପ୍ରିୟରଞ୍ଜନ ନାୟକ କହିଛନ୍ତି। ତେବେ ଡ୍ରଗ୍ସ ବିଭାଗ କେବଳ ନିର୍ଦ୍ଦେଶନାମା ଜାରି କରି ନୀରବ ରହିଯାଇଥିବାବେଳେ ଖୋଲା ବଜାରରେ ଏହାର ଅବାଧ ବ୍ୟବସାୟ ବିଭାଗୀୟ ଅପାରଗତା ବୋଲି ଚର୍ଚ୍ଚା ହେଉଛି।
ଫୋର୍ଟୱିନ୍‌ ଏବଂ ଫେନରଗାନ୍‌ ବାହାରୁ ଚୋରାରେ ରାୟଗଡ଼ା ଜିଲାକୁ ଆସୁଥିବା ଜଣାପଡ଼ିଛି। ଅଧିକାଂଶ ଔଷଧ ଦୋକାନରେ ଏହା ଲୁଚାଚୋରାରେ ମିଳିଯାଉଛି। ଇଞ୍ଜେକ୍ସନ ନିଶା କବଳରେ ପଡ଼ିଥିବା ଯୁବକମାନେ ଚିହ୍ନା ପରିଚିତ ଦୋକାନୀଙ୍କଠାରୁ ଏହାକୁ ସଂଗ୍ରହ କରୁଛନ୍ତି। ଅସୁରକ୍ଷିତ ଭାବେ ଇନ୍‌ସୁଲିନ୍‌ ଦେବାରେ ବ୍ୟବହୃତ ସିରିଞ୍ଜରେ ସେମାନେ ଚମଡ଼ା ତଳେ ଏହି ନିଶା ଇଞ୍ଜେକ୍ସନକୁ ଶରୀରରେ ପୂରାଉଛନ୍ତି। ବିଶେଷ କରି ୨୫ରୁ ୪୦ ବର୍ଷୀୟ ଯୁବପିଢ଼ିଙ୍କ ନିକଟରେ ଏହି ନିଶା ପ୍ରବଣତା ବଢ଼ିବାରେ ଲାଗିଛି। ହେଲେ ଏହା ଯେ ସେମାନଙ୍କୁ ଧୀରେ ଧୀରେ ମୃତ୍ୟୁମୁଖକୁ ଟାଣି ନେଉଛି, ସେ ସମ୍ପର୍କରେ ସେମାନେ ଜାଣିପାରୁନାହାନ୍ତି। ଏ ଦିଗରେ ଡ୍ରଗ୍ସ ବିଭାଗ ପକ୍ଷରୁ ମଧ୍ୟ ଆବଶ୍ୟକ ସଚେତନତା ସୃଷ୍ଟି କରା ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡ. ସୁରେଶ କୁମାର ଦେ କୁହନ୍ତି, ରୋଗୀଙ୍କ ଯନ୍ତ୍ରଣା ଉପଶମ କ୍ଷେତ୍ରରେ ସେତିକି ଆବଶ୍ୟକ ହେଲେ ଫୋର୍ଟୱିନ, ଫେନରଗାନ୍‌ ବ୍ୟବହାର ଲାଗି ଡାକ୍ତର ପରାମର୍ଶ ଦେଇଥାଆନ୍ତି। ରୋଗୀଙ୍କ ଲାଗି ଉଭୟ ଇଞ୍ଜେକ୍ସନ୍‌ର ୧ ଏମ୍‌ଏଲ୍‌ ଡୋଜ୍‌ ଯଥେଷ୍ଟ। ଫୋର୍ଟୱିନ୍‌ ଇଞ୍ଜେକ୍ସନ୍‌ ମେରୁଦଣ୍ଡ ଏବଂ ମସ୍ତିଷ୍କର ସ୍ନାୟୁକୋଷକୁ ସକ୍ରିୟ କରି ଯନ୍ତ୍ରଣା ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ସ୍ନାୟବିକ ତନ୍ତ୍ରକୁ ନିୟନ୍ତ୍ରଣ କରି ଯନ୍ତ୍ରଣା ପ୍ରତିରୋଧୀ ଭାବେ କାର୍ଯ୍ୟ କରେ। ହେଲେ ଦୈନିକ ନିଶା ଭାବେ ଗ୍ରହଣ କଲେ ଏହା ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ସେ ସତର୍କ କରାଇଛନ୍ତି।
ଦଲାଲ ଗୋଷ୍ଠୀ ସକ୍ରିୟ
ଫୋର୍ଟୱିନ, ଫେନରଗାନ୍‌ ଭଳି ନିଷିଦ୍ଧ ଇଞ୍ଜେକ୍ସନର ବେଆଇନ କାରବାରରେ ଦଲାଲ ଗୋଷ୍ଠୀ କାମ କରୁଛନ୍ତି। ସେମାନେ ବାହାରୁ ଇଞ୍ଜେକ୍ସନ ମଗାଇ ମହଜୁଦ୍‌ କରି ରଖୁଛନ୍ତି। ନିଶାସକ୍ତ କଲେଜ ପଢୁଆ ପିଲା, ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିମାନେ ମୁଖ୍ୟତଃ ଏହାକୁ ବ୍ୟବହାର କରୁଥିବାରୁ ସେମାନେ ଔଷଧ ଦୋକାନୀଙ୍କ ଜରିଆରେ ଏହାକୁ କିଣି ନେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋଗୀଙ୍କ ପାଇଁ ୫ରୁ ୧୫ ଟଙ୍କାରେ ବଜାରରେ ମିଳୁଥିବା ଏହି ଇଞ୍ଜେକ୍ସନକୁ ୨୦୦ରୁ ୫୦୦ ଟଙ୍କାରେ ନିଶାଡ଼ିଙ୍କୁ ବିକ୍ରି କରାଯାଉଛି। ଏହା ଜାଣିବା ସତ୍ତ୍ୱେ ଇଞ୍ଜେକ୍ସନ ନିଶାରେ ପଡ଼ିଥିବା ଯୁବବର୍ଗ ଏହାକୁ ଅନାୟାସରେ କିଣି ନେଉଛନ୍ତି। ଔଷଧ ଦୋକାନରେ ଅତର୍କିତ ଚଢ଼ାଉ କରି ଯାଞ୍ଚ କରାଗଲେ ଫୋର୍ଟୱିନ, ଫେନରଗାନ୍‌ ବ୍ୟବସାୟକୁ ନେଇ ଅନେକ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
କମ୍‌ ଡୋଜ୍‌ରେ ବେଶି ପ୍ରଭାବୀ
ଏକଦା ଫୋର୍ଟୱିନ, ଫେନରଗାନ୍‌ କବଳରେ ପଡ଼ିଥିବା ରାୟଗଡ଼ାର ଜଣେ ୩୫ ବର୍ଷୀୟ ଯୁବକ ନାମ ଗୋପନ ରଖିବା ସର୍ତ୍ତରେ ନିଜ ଅନୁଭୂତି ବଖାଣି କହିଛନ୍ତି ଯେ, ତାଙ୍କୁ ଯେତେବେଳେ ୨୦-୨୫ ବର୍ଷ; ସେତେବେଳେ କୁସଙ୍ଗରେ ପଡ଼ି ଏହି ନିଶା ଗ୍ରହଣ କରିବା ଆରମ୍ଭ କରିଥିଲେ। କମ୍‌ ଡୋଜ୍‌ରେ ବେଶି ନିଶା ହେଉଥିବାରୁ ସମୟକ୍ରମେ ଏହା ଅଭ୍ୟାସରେ ପରିଣତ ହୋଇଗଲା। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଶରୀର ଉପରେ ଏହାର ଖରାପ ପ୍ରଭାବକୁ ସେ ଅଣଦେଖା କରିଥିଲେ। ହେଲେ କିଛିଦିନ ପରେ ତାଙ୍କ ଶରୀର ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲା। ବିଭିନ୍ନ ରୋଗ ମାଡ଼ିବସିଲା। ଫଳରେ ଏଭଳି କୁ-ଅଭ୍ୟାସ ଛାଡ଼ିବାକୁ ସେ ଚିନ୍ତା କଲେ। ୮-୧୦ ବର୍ଷ ହେବ ସେ ନିଶା ଛାଡ଼ି ଦେଇଛନ୍ତି ଏବଂ ବିଦ୍ୟୁତ୍‌ ବିଭାଗରେ ଚାକିରି କରି ଖୁସିରେ ଥିବା ସମ୍ପୃକ୍ତ ଯୁବକ କହିଛନ୍ତି। ସେ ଆହୁରି କହିଛନ୍ତି, ମୁଖ୍ୟତଃ ପ୍ରେମ ପ୍ରତାରଣା, ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଯୁବପିଢ଼ିଙ୍କୁ ନିଶା ଆଡ଼କୁ ଟାଣି ନେଉଛି। ମାନସିକ ଯନ୍ତ୍ରଣା ଦୂରେଇବାକୁ ସେମାନେ ଫୋର୍ଟୱିନ, ଫେନରଗାନ୍‌ ଭଳି ତୀବ୍ର ନିଶାଯୁକ୍ତ ଔଷଧ ବ୍ୟବହାର କରୁଛନ୍ତି। ଏଭଳି ନିଶା ବ୍ୟବହାରକାରୀ ମୁଖ୍ୟସ୍ରୋତକୁ ଫେରିବା ସାମାନ୍ୟ କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ। ହେଲେ ଜିଲାରେ ନିଶା ନିବାରଣ କେନ୍ଦ୍ର ନ ଥିବାରୁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ଡ୍ରଗ୍ସ ବିଭାଗ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

ଧନତେରସରେ ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣିନିଅନ୍ତୁ ନୂଆ ଦର

ଭୁବନେଶ୍ୱର,୨୮।୧୦: ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। କୁହାଯାଏ ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି।...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri