ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ଧମକ,ଯୁବକ ଗିରଫ ମାରିବାକୁ କଟୁରୀ ଧରି ଖୋଜୁଥିଲେ

ଭୁବନେଶ୍ୱର୧,ା୧୧(ସୂର୍ଯ୍ୟକାନ୍ତ ବେହେରା): ବନ୍ଧୁ ହୋଇ ନାବାଳିକା ଛାତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ ଜଣେ ଯୁବକ। ଅଚେତ ଅବସ୍ଥାରେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ ସହ ବିବାହ କରିବା ଜିଦ କରି ତାଙ୍କୁ କଟୁରୀ ସାହାଯ୍ୟରେ ମାରିବା ପାଇଁ ପ୍ରୟାସ କରୁଥିବା ଉକ୍ତ ଯୁବକଙ୍କୁ ବାଲିଅନ୍ତା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ରାଜକିଶୋର ନାୟକ(୨୧) । ତାଙ୍କଠାରୁ ମୋଟରସାଇକେଲ ଜବତ ହୋଇଛି ।
ସୂଚନାନୁସାରେ ପୀଡିତା ନାବାଳିକା ଛାତ୍ରୀ ଜଣଙ୍କ ମାମୁ ଘରକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଅଭିଯୁକ୍ତଙ୍କ ସହିତ ଚିହ୍ନାପରିଚୟ ହେବା ପରେ ପରସ୍ପର ମଧ୍ୟରେ ବନ୍ଧୁତା ହୋଇଥିଲା । ଛାତ୍ରୀ ଜଣଙ୍କ କଲେଜରୁ ଘରକୁ ଫେରିବା ନିମନ୍ତେ ଅଟୋକୁ ଅପେକ୍ଷା କରିଥିବା ବେଳେ, ଅଭିଯୁକ୍ତ ସେଠାରେ ପହଞ୍ଚି ତାଙ୍କୁ ନିଜ ମୋଟରସାଇକେଲରେ ଯିବା ଲାଗି ପ୍ରବାର୍ତ୍ତାଇଥିଲେ । ସାଙ୍ଗରେ ଯିବା ବେଳେ ବ୍ରାହ୍ମଣଷଢଙ୍ଗି ଛକରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଏକ ଥଣ୍ଡା ପାନୀୟ ପିଇବା ଲାଗି ଦେଇ ଜୟଦେବ ପାର୍କ ଅଭିମୁଖେ ନେଇଯାଇଥିଲେ । ସେଠାରେ ପହଞ୍ଚିବା ମାତ୍ରେ ପୀଡିତା କିଛି ସମୟ ପାଇଁ ଅଚେତ ହୋଇପଡିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ନିଜ ମୋବାଇଲ ଫୋନରେ ଉଠାଇ ନେଇଥିଲେ ଏବଂ ତାଙ୍କୁ ନେଇ ଘରେ ଛାଡି ଦେଇଥିଲେ । କିଛି ଦିନ ଯିବା ପରେ ଅଭିଯୁକ୍ତ ଜଣକ ଏହି ଫଟୋ ଗୁଡିକୁ ମାଧ୍ୟମ କରି ପୀଡିତାଙ୍କୁ ବିବାହ କରିବା ଲାଗି ତାଙ୍କ ଘର ଲୋକଙ୍କୁ ବାଧ୍ୟ କରିଥିଲେ । ପରିବାର ସଦସ୍ୟ ଅଭିଯୁକ୍ତଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଅକ୍ଟୋବର ୩୦ ସକାଳେ ପୀଡିତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସାଙ୍ଗରେ କଟୁରୀ ନେଇ ତାଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ଘରେ ନପାଇ ବାହାରେ ବଡ ପାଟି କରି ବିଶୃଙ୍ଖଳା ସୃଷ୍ଟି କରିବା ବେଳେ ସ୍ଥାନୀୟ ଲୋକମାନେ ସେଠାରେ ଏକାଠି ହୋଇଯାଇଥିଲେ। ଏହା ଦେଖି ଅଭିଯୁକ୍ତ ଜଣକ ସେଠାରୁ ପଲାଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ପୁନର୍ବାର ଆସି ତାଙ୍କୁ ଘରେ ଖୋଜି ଥିଲେ । ଏହା ଦେଖି ପୀଡିତା ଭୟଭୀତ ହୋଇ ବଡପାଟିରେ ଡାକ ପକାଇବାରୁ ଗ୍ରାମବାସି ମାନେ ଆସି ଅଭିଯୁକ୍ତଙ୍କୁ କାବୁ କରି ଥାନା ଜିମା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image