ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି। ଭିଡିଓରେ ସ୍ବାଇଁ କହିଛନ୍ତି ଯେ, ‘ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି। ଦଳୀୟ ଟିକେଟ ପ୍ରଦାନ କରାଯାଇଥିଲେ ବିଜେଡିର କ୍ଷତି ହୋଇଥାନ୍ତା। ସେଥିପାଇଁ ଦଳ ଜଣେ ନୂଆମୁହଁ ଦିଲ୍ଲୀପ ନାୟକଙ୍କୁ ସୁଯୋଗ ଦେଇଛି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ତମେ ସମସ୍ତେ ଶଙ୍ଖ ଚିହ୍ନରୁ ଜିତିଛ।’ ନିର୍ବାଚନରେ ଶଙ୍ଖ ଚିହ୍ନ ପାଇଁ କର। ଅନ୍ୟପକ୍ଷରେ ସମୀରଙ୍କ ବିରୋଧରେ କ’ଣ ପ୍ରମାଣ ରହିଛି, ଯେଉଁଥିପାଇଁ ସମୀରଙ୍କ ଟିକେଟ କାଟିବାକୁ ଦଳର ସଭାପତି ବାଧ୍ୟ ହେଲେ ବୋଲି ପ୍ରଶ୍ନ ହେବାରୁ ସେ ନେଇ ସ୍ବାଇଁ କିଛି ପ୍ରକାଶ କରିନାହାନ୍ତି। ଏହି ଭାଇରାଲ ଭିଡିଓକୁ ନେଇ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବିଧାୟକ ଦାଶଙ୍କ ସମର୍ଥକମାନେ ଏକତ୍ରିତ ହୋଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି। ଜିଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇଙ୍କ ସଭାପତିତ୍ୱରେ ଆୟୋଜିତ ନିର୍ବାଚନମଣ୍ଡଳୀସ୍ତରୀୟ ବୈଠକରେ ବିଧାୟକ ଦାଶଙ୍କ ସମେତ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ନିମାପଡ଼ା ବ୍ଲକ ସଭାପତି ଅଶୋକ ସାହୁ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି, ଉପନଗରପାଳ ସନ୍ତୋଷ ଦାଶ, ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ, ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକ, ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, ନିମାପଡ଼ା ଏବଂ ଗୋପ ବ୍ଲକର ୨ ଜିଲାପରିଷଦ ସଦସ୍ୟଙ୍କ ସମେତ ନିର୍ବାଚିତ ସମିତି ସଭ୍ୟାସଭ୍ୟ, ସରପଞ୍ଚମାନେ ଯୋଗଦେଇଥିଲେ। ବୈଠକ ପ୍ରାୟ ୩ଘଣ୍ଟା ଧରି ଚାଲିଥିଲା। ଶେଷ ପର୍ଯ୍ୟନ୍ତ ବିଧାୟକଙ୍କ ସହିତ ରହିବା ପାଇଁ କେତେଜଣ କର୍ମୀ ବୈଠକରେ ମତବ୍ୟକ୍ତ କରିଥିଲେ। ତେବେ ଆଉ କେତେଜଣ କର୍ମୀ ଶଙ୍ଖ ଚିହ୍ନ ସହିତ ରହିବେ ବୋଲି ବୈଠକ ପରେ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri