Posted inଜାତୀୟ

ହିନ୍ଦୁ ଶବ୍ଦକୁ ନେଇ ପୁଣି କହିଲେ ବିଧାୟକ, ଭୁଲ କହିଥିବା ପ୍ରମାଣିତ ହେଲେ ପଦରୁ ଦେବି ଇସ୍ତଫା …

ବେଙ୍ଗାଲୁରୁ,୮।୧୧ : ହିନ୍ଦୁ ଶବ୍ଦକୁ ନେଇ କର୍ନାଟକ କଂଗ୍ରେସର କାର୍ଯ୍ୟରତ ରାଜ୍ୟ ଅଧ୍ୟକ୍ଷ ସତୀଶ ଜରକିହୋଲିଙ୍କ ମନ୍ତବ୍ୟକୁ ନେଇ ଉଠାଯାଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ବିବୃତ୍ତି ପରେ, କଂଗ୍ରେସ ସତୀଶଙ୍କଠାରୁ ନିଜକୁ ଦୂରେଇ ରଖିଛି। ଏଥି ସହିତ ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟ ହିନ୍ଦୁ ସଂଗଠନମାନେ ତାଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ତେବେ ସତୀଶ ତାଙ୍କ ମନ୍ତବ୍ୟରୁ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ମଙ୍ଗଳବାର ସେ ପୁଣି ଥରେ କହିଛନ୍ତି ଯେ ମୋର ବିବୃତ୍ତି ପାଇଁ ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ। ଯଦି ମୁଁ ଭୁଲ, ତେବେ ଏହାକୁ ପ୍ରମାଣ କର। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ମୋର ଭୁଲ ପ୍ରମାଣିତ ହୁଏ ତେବେ ମୁଁ ମୋର ବିଧାୟକ ପଦରୁ ଇସ୍ତଫା ଦେବି।

ସତୀଶ ରବିବାର କର୍ନାଟକର ବେଲାଗାଭି ଜିଲାର ନିପ୍ପାନ୍ନି ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହିନ୍ଦୁ ଶବ୍ଦ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ହିନ୍ଦୁ ଶବ୍ଦ ଭାରତର ନୁହେଁ। ଏହା ଏକ ପାର୍ସୀ ଭାଷା ଶବ୍ଦ। ସେ ଏହା ମଧ୍ୟ କହିଥିଲେ ଯେ ଯଦି ତୁମେ ହିନ୍ଦୁ ଶବ୍ଦର ଅର୍ଥ ଜାଣିବ ତେବେ ତୁମେ ଲଜ୍ଜିତ ହେବ। ଏହାର ଅର୍ଥ ବହୁତ ମଇଳା। ସେ ହିନ୍ଦୀରେ ଭାଷଣ ଦେବା ସମୟରେ ଏହି କଥା କହିଥିଲେ। ସେ କହିଥିଲେ ଯଦି ହିନ୍ଦୁ ଶବ୍ଦ ଭାରତର ନୁହେଁ ତେବେ କିପରି ଆପଣ ହିନ୍ଦୁ ହୋଇଗଲା? ଏହା ଉପରେ ଆଲୋଚନା ହେବା ଉଚିିତ। ତାଙ୍କର ଏହି ବିବୃତ୍ତି ରାଜନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

କର୍ନାଟକ କଂଗ୍ରେସ ନେତାଙ୍କ ଏହି ବିବୃତ୍ତି ପରେ ରାଜ୍ୟରେ ଆରୋ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏଥିପାଇଁ ଭାଜପା କ୍ରମାଗତ ଭାବେ କଂଗ୍ରେସ ଏବଂ ସତୀଶଙ୍କୁ ଟାର୍ଗେଟ କରୁଛି। ଏହି ପ୍ରସଙ୍ଗରେ ଭାଜପା ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅର୍ଦ୍ଧ ଜ୍ଞାନ ଥିବା ଓ ଏକ ସମ୍ପ୍ରଦାୟକୁ ଖୁସି କରିବା ଏବଂ ସଂଖ୍ୟାଲଘୁ ଭୋଟ ପାଇବା ସ୍ବପ୍ନ ଦେଖି ସତୀଶ ଏଭଳି କରିଛନ୍ତି। ଏହି ବିବୃତ୍ତି ଜାତୀୟ ବିରୋଧୀ ଏବଂ ଏହାକୁ ସମସ୍ତେ ନିନ୍ଦା କରିବା ଉଚିତ। ସେ କର୍ନାଟକ କଂଗ୍ରେସ ନେତାଙ୍କ ବିବୃତ୍ତି ସମ୍ପର୍କରେ ବୋମ୍ମାଇ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ସିଦ୍ଧରମୈୟାଙ୍କ ନୀରବତା ସତୀଶଙ୍କ ବକ୍ତବ୍ୟକୁ ସମର୍ଥନ କରୁଛନ୍ତି କି?

ବିବାଦ ମଧ୍ୟରେ କଂଗ୍ରେସର କର୍ନାଟକ ୟୁନିଟ ସମଗ୍ର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ମଙ୍ଗଳବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସତୀଶଙ୍କ ବିବୃତ୍ତି ଦଳର ମତ ନୁହେଁ। ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତାମତ। ଏହି ବିବୃତ୍ତି ସମ୍ପର୍କରେ ଦଳ ତାଙ୍କଠାରୁ ସ୍ପଷ୍ଟୀକରଣ ମାଗିବ। ସେ କହିଛନ୍ତି ଯେ କଂଗ୍ରେସ ଦଳ ସମସ୍ତ ଧର୍ମକୁ ସମର୍ଥନ କରେ ଏବଂ ସଦୀଶଙ୍କ ବିବୃତ୍ତିରେ ସହମତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri