ତଲାବିରା: ଫସିଲେ ନବୀନ!

ଭୁବନେଶ୍ୱର,୮।୮(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କୋଇଲା ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। ହିଣ୍ଡାଲ୍‌କୋ ନାଁରେ ସିବିଆଇ ଏତଲା ରୁଜୁକରିବା ପରେ ଅଡୁଆ ବଢ଼ିଥିବା କୁହାଯାଉଛି। ଯେହେତୁ ୨୦୦୫ରେ ହିଣ୍ଡାଲ୍‌କୋକୁ ତଲାବିରା ଖଣି ଦେବା ଲାଗି ସୁପାରିସ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନବୀନ ଚିଠି ଲେଖିଥିଲେ ସେଥିଲାଗି ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ତଲାବିରା ଖଣି ଲାଗି ପରିବେଶ ମଞ୍ଜୁରୀ ହାତେଇବା ପାଇଁ ହିଣ୍ଡାଲ୍‌କୋ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି। ଏହି ପ୍ରସଙ୍ଗରେ ଏବେ ନବୀନଙ୍କୁ ଉଭୟ ଭାଜପା ଏବଂ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ପାଲଟା ଜବାବ ରଖିଛି ବିଜେଡି।
ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଗତ ସରକାର ସମୟରେ ସମସ୍ତ ଆଇନକାନୁନ ଏବଂ ବିଧି ବ୍ୟବସ୍ଥାକୁ ଆଖି ବୁଜିଦେଇ ଅନେକ କାମ ହୋଇଥିଲା। ଏବେ ସିବିଆଇ ତଦନ୍ତରୁ ସବୁକଥା ସାମ୍ନାକୁ ଆସିବ। ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତ୍ତି କହି ଆସୁଥିଲେ, ଯିଏ ଏଥିରେ ସାମିଲ ଥିବେ ସେମାନେ ସାମ୍ନାକୁ ଆସିବା ଦରକାର ବୋଲି ଟଙ୍କାଧର କହିଛନ୍ତି।
କଂଗ୍ରେସ ବିଧାୟକ ସିଏସ୍‌ ରାଜନ୍‌ ଏକ୍‌କା କହିଛନ୍ତି, ଯେତେବେଳେ ସିବିଆଇ ତଦନ୍ତ ହେବ କିଏ  କାହାକୁ ଅନୁକମ୍ପା ଦେଖାଇଥିବେ ତାହା ସାମ୍ନାକୁ ଆସିବ। ଆଉ ଯଦି ସବୁ ବିଷୟ ତର୍ଜମା ନ କରି କାହାକୁ ଖଣି ଦିଆଯାଇଥିବ ତାହ ମଧ୍ୟ ବାହାରକୁ ବାହାରିବ। ଯେଉଁମାନେ ଏଥିଲାଗି ଦାୟୀ ହୋଇଥିବେ ସେ ବିରୋଧୀ ଦଳ ନେତା କି ଆଉ ଯିଏ ହୋଇଥାଆନ୍ତୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ବୋଲି ରାଜନ କହିଛନ୍ତି।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ୨୪ ବର୍ଷ ଶାସନ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବଚ୍ଛତା ଦେଖାଇ ଆସିଛନ୍ତି। ଚିଠି ଲେଖିବାରେ ଅସୁବିଧା କେଉଁଠି ରହିଲା। ଓଡ଼ିଶାର ବିକାଶ ଲାଗି ଯଦି କିଛି ଭଲ କାମ ହେବାକୁ ଯାଉଛି ସେଥିପାଇଁ ଚିଠି ଦିଆଗଲା ସେଥିରେ ଅସୁବିଧା କ’ଣ ରହିଲା। ତେଣୁ ଚିଠି ଲେଖିଲେ ବୋଲି କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଦୁର୍ନୀତି କରିବାକୁ ସୁଯୋଗ ଦେଲେ କହିବା ଭୁଲ୍‌ ବୋଲି ପ୍ରଦୀପ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରେଞ୍ଜକୁ ପସିଲା ବାତ୍ୟା! ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର…

ଭୁବନେଶ୍ୱର,୨୩।୧୦: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା...

ଶିଶୁଭବନ ଅନ୍ଧାର, ଗରମରେ ଛଟପଟ ହେଲେ ଶିଶୁରୋଗୀ

କଟକ,୨୩ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଶିଶୁଭବନ ପୁରୁଣା ବିଲ୍ଡିଂରେ ଲାଇନ ନ ଥିବାରୁ କିଛି ସମୟ ଧରି ଅନ୍ଧାର ରହିଥିଲା। ଅନ୍ଧାରରେ ଶିଶୁରୋଗୀ ଓ ଅଭିଭାବକ ନାହିଁ...

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ...

‘ଦାନା’ ଯୋଗୁ ରାଜ୍ୟର ୪ଟି ଜିଲା ଅଧିକ ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ...

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା...

‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୨୩।୧୦: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ...

ଜଙ୍ଗଲରେ ଫିଙ୍ଗିଦେଲେ ଗର୍ଭବତୀଙ୍କ ମୃତଦେହ

ବଲାଙ୍ଗୀର,୨୩ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁ ନିକଟ ପତ୍ରା ଜଙ୍ଗଲରେ ବୁଧବାର ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ଗଳିତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri