୩୮.୮ ଡିଗ୍ରୀରେ ତାଳଚେର

ଭୁବନେଶ୍ୱର, ୬ା୩(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ପାରଦ ୩୮ ଡିଗ୍ରୀ ଟପିଥିଲା। ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୮.୪, ଅନୁଗୋଳ ୩୮.୧, ଝାରସୁଗୁଡ଼ା ୩୮ ଓ ଭଦ୍ରକ ୩୮ ଡିଗ୍ରୀ ରହିଥିଲା। ସେହିଭଳି ବାଲେଶ୍ୱରରେ ୩୭.୪, କଟକ ୩୭, ବାରିପଦା ୩୭.୮, ସମ୍ବଲପୁର ୩୭.୯, ସୁନ୍ଦରଗଡ଼ ୩୭, ବଲାଙ୍ଗୀର ୩୭.୫, ଟିଟିଲାଗଡ଼ ୩୭.୫, ମାଲକାନଗିରି ୩୭, ସୋନପୁର ୩୭.୩, ବୌଦ୍ଧ ୩୭.୬ ଓ ଢେଙ୍କାନାଳରେ ୩୭.୭ ଡିଗ୍ରୀ ତାପମାତ୍ରା ରହିଥିଲା। ଆସନ୍ତା ଦୁଇଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ମଙ୍ଗଳବାରଠାରୁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷ କରି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Share