ତାଳଚେର,୩।୪(ଡି.ଏନ୍.ଏ.): ଦୀର୍ଘ ୨ ବର୍ଷ ପରେ ତାଳଚେରରେ ମା’ ହିଙ୍ଗୁଳାଙ୍କ ଯାତ୍ରା ହେବ। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ଏଥିପାଇଁ ପ୍ରସ୍ତୁତି ବୈଠକ ହୋଇଛି। କୋଭିଡ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ହେବ ମା’ଙ୍କର ଯାତ୍ରା ବନ୍ଦ ରହିଥିଲା। ତେଣୁ ଚଳିତ ବର୍ଷ ହିଙ୍ଗୁଳା ଯାତ୍ରା ପାଇଁ ଅଞ୍ଚଳବାସୀ ଖୁବ ଉତ୍ସାହିତ ଅଛନ୍ତି।
ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ୟାପକ ଜଳଛତ୍ର, ରାସ୍ତାଘାଟ ମରାମତି ଏବଂ ଆଲୋକୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଛି। ଆସନ୍ତା ୬ ତାରିଖରେ ମା’ଙ୍କର ପ୍ରାରମ୍ଭିକ ପୂଜା ଜନ୍ତାଳ ଯାତ୍ରା ହେବ ଏବଂ ୭ ତାରିଖରେ ମା’ଙ୍କର ଅଗ୍ନିରୂପ ଆର୍ବିଭାବ ହେବ। ପରେ ୧୫ରେ ମୁଖ୍ୟ ଯାତ୍ରା ଏବଂ ହିଙ୍ଗୁଳା ମହୋତ୍ସବ ହେବ ବୋଲି ସ୍ଥିର ହୋଇଛି।