ଭୁବନେଶ୍ୱର,୨୭।୧(ବ୍ୟୁରୋ): ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଶୁକ୍ରବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ବିଧାୟକଙ୍କୁ ଜେରା କରାଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଗତ ୨୦ରେ ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେ ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ପ୍ରାୟ ୭ ଘଣ୍ଟା ପରେ ବିଧାୟକ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ।