Categories: ଜାତୀୟ

ସାବଧାନ! ଚକୋଲେଟ୍‌ରେ ମିଶୁଛି ଟେଲକମ ପାଉଡର

ଭୋପାଳ,୧୩।୧: ଯଦି ଆପଣଙ୍କ ପିଲା ଲଲିପପ୍‌ କମ୍ବା କ୍ୟାଣ୍ଡି ଚକୋଲେଟ୍‌ ଖାଉଛନ୍ତି ତେବେ ସାବଧାନ! କାରଣ କେତେକ ସ୍ଥାନରେ ଏହି ଚକୋଲେଟ୍‌ ପ୍ରସ୍ତୁତିରେ ଟେଲ୍‌କମ୍‌ ପାଉଡର ମିଶୁଛି। ଇନ୍ଦୋରରେ ଥିବା ଏମିତି ଏକ ଫ୍ୟାକ୍ଟ୍ରିରେ ଏପରି ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି।


କୁହାଯାଏ, ପାଉଡର ମିଶାଇବା ଦ୍ୱାରା କୁଆଡ଼େ ମାଲିକଙ୍କର ଅନେକ ଲାଭ ହୋଇଥାଏ। ମାଲିକଙ୍କର ସିନା ଲାଭ ହେଉଛି ମାତ୍ର ଆପଣଙ୍କ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ଇନ୍ଦୋରର ଖାଦ୍ୟ ଏବଂ ଔଷଧ ବିଭାଗର ଏକ ଟିମ୍‌ ପାଳଦାରେ ଥିବା କେଏସ୍‌ ଇଣ୍ଡଷ୍ଟ୍ରିଜ୍‌ରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ ହଜାର ୨୦୦ କିଗ୍ରା ଲଲିପପ୍‌ ଏବଂ ୫ ହଜାର ୬୦୦ କେଜି କିଲୋ କ୍ୟାଣ୍ଡି ଜବତ କରାଯାଇଛି।

ଏହି ଘଟଣାରେ ଇନ୍ଦୋରର ଉପଜିଲାପାଳ ଅଭୟ ଭେଡେକର କହିଛନ୍ତି, ଚକୋଲେଟ୍‌ ପ୍ରସ୍ତୁତିରେ ଧଳା ରଙ୍ଗର ଏକ ପାଉଡର ମିଶାଯାଉଛି। ଯାଞ୍ଚ ପରେ ଜଣାପଡ଼ିଛି, ଏହି ଟେଲିକମ୍‌ ପାଉଡର ଲଲିପପ୍‌ ଏବଂ କ୍ୟାଣ୍ଡିରେ ମିଶା ଯାଉଛି। ଲଲିପପ୍‌ ପ୍ଲେଟରେ ଯେମିତି ଲାଗି ନ ଯାଉ ବୋଲି ପାଉଡର ମିଶା ଯାଇଥାଏ। ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ପକ୍ଷରୁ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ କହିଛନ୍ତି, ଫ୍ୟାକ୍ଟିରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉ ନ ଥିବା ଦେଖିବାକୁ ମିଳିଛି। କେଏସ୍‌ ଇଣ୍ଡଷ୍ଟ୍ରିଜର ମାଲିକ ଅନିଲ ଅଗ୍ରଓ୍ବାଲ ଏବଂ ବିଜୟ ସବନାନୀ ଅଟନ୍ତି।

Share