‘ତାଲି’ର ଟିଜର ରିଲିଜ, କିନ୍ନର ଅବତାରରେ ସୁସ୍ମିତା ସେନ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଶୋବିଜରେ କ୍ରମାଗତ ଭାବରେ ସକ୍ରିୟ ଅଟନ୍ତି। ସେ ଓଟିଟିରୁ ଆରମ୍ଭ କରି ବଡ ପରଦାରେ ଧମାଲ ସୃଷ୍ଟି କରୁଛନ୍ତି। ଆର୍ଯ୍ୟ ପରି ବ୍ଲକବଷ୍ଟର ୱେବ ସିରିଜ ପରେ ସେ ଏବେ ତାଙ୍କର ଆଗାମୀ ସିରିଜ ‘ତାଲି’କୁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ବାୟୋପିକ। ଏଥିରେ ଅଭିନେତ୍ରୀ ପ୍ରସିଦ୍ଧ କିନ୍ନର ତଥା ସାମାଜିକକର୍ମୀ ଶ୍ରୀଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିବେ। ସୁସ୍ମିତା ଏହି ଫିଲ୍ମର ପୋଷ୍ଟର ରିଲିଜ କରିସାରିଛନ୍ତି। ଏଥିରେ ଅଭିନେତ୍ରୀଙ୍କ ପ୍ରଥମ ଲୁକ ଭାଇରାଲ ହୋଇଥିଲା। ଏବେ ‘ତାଲି’ର ଟିଜର ରିଲିଜ ହୋଇଛି, ଯେଉଁଥିରେ କାହାଣୀର ଝଲକ ଦେଖିବାକୁ ମିଳିଛି ।

‘ତାଲି’ ସୁସ୍ମିତା ସେନଙ୍କ ବହୁ ପ୍ରତୀକ୍ଷିତ ୱେବ ସିରିଜ। ଏହି ବିଷୟରେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଆର୍ଯ୍ୟ ପରେ ତାଙ୍କ ପ୍ରଶଂସକମାନେ ତାଙ୍କଠାରୁ ଅଧିକ ଶକ୍ତିଶାଳୀ ଭୂମିକା ଆଶା କରୁଛନ୍ତି। ଏଭଳି ପରିସ୍ଥିତିରେ ଅଭିନେତ୍ରୀ ମଧ୍ୟ ସେମାନଙ୍କୁ ନିରାଶ କରିବାକୁ ଯାଉନାହାଁନ୍ତି। ସୁସ୍ମିତାଙ୍କ ଚରିତ୍ର ଏବଂ ୪୬ ସେକେଣ୍ଡର ଟିଜରରେ ତାଙ୍କ ଅଭିନୟ ସମ୍ପର୍କରେ ଅନୁମାନ କରି ହେଉଛି। ସେ ବହୁତ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଦେଖାଯାଉଛନ୍ତି। ଭିଡିଓ କ୍ୟାପଶନରେ ଏହା ଲେଖାଯାଇଛି, ଗାଳି ଠାରୁ ଆରମ୍ଭ କରି ତାଲି ପର୍ଯ୍ୟନ୍ତ ଯାତ୍ରାର ଏହି କାହାଣୀ। ଭାରତର କିନ୍ନରଙ୍କ ପାଇଁ ଶ୍ରୀଗୌରୀ ସାୱନ୍ତଙ୍କ ସଂଗ୍ରାମର କାହାଣୀ ଏଥିରେ ଅଛି ।

‘ତାଲି’ର ଟିଜର ସହିତ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ନିର୍ମାତାଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ର ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ରିଲିଜ ହେବ। ରବି ଯାଦବଙ୍କ ନିର୍ଦ୍ଦେଶିତ ତାଲି ଜିଓ ସିନେମାରେ ଷ୍ଟ୍ରିମିଂ ହେବ। ଅର୍ଜୁନ ସିଂ ବାରନ ଏବଂ କାର୍ତ୍ତିକଡି ନିଶାନଦାର ଏହାର ନିର୍ମାତା।

‘ତାଲି’ ହେଉଛି କିନ୍ନର ଶ୍ରୀଗୌରୀ ସାୱନ୍ତଙ୍କ କାହାଣୀ। ସେ କିନ୍ନର ସମ୍ପ୍ରଦାୟର ଅଧିକାର ପାଇଁ ଦୀର୍ଘ ଦିନ ଲଢ଼େଇ କରିଥିଲେ। ତା’ପରେ ୨୦୧୪ ମସିହାରେ ସୁପ୍ରିମକୋର୍ଟ ରାୟ ଦେଇ ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ।

Share