ଦିନକ ପରେ ଆଫଗାନିସ୍ତାନରେ ସରକାର ଗଢ଼ିବ ତାଲିବାନ!

କାବୁଲ,୨ ।୯: ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ହେବ ତାଲିବାନ କବଜା କରିବା ପରେ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଜୁମେ ନମାଜ ପରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ । ତାଲିବାନ ୧୫ ଅଗଷ୍ଟରେ ରାଜଧାନୀ କାବୁଲକୁ ନିଜ କବଜାକୁ ଆଣିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଇ ଯାଇଛି । ଏହାପରେ ଆମେରିକା ସେନା ଘର ବାହୁଡିବା ପରେ ଇସଲାମିକ ଆତଙ୍କବାଦି ସଙ୍ଗଠନ ଏହି ଖୁସିରେ ଉତ୍ସବ ପାଳନ କରିଥିବା ଦେଖାଯାଇଥିଲା । ଏହାସହ ଦଶକ ଦଶକ ଧରି ଯୁଦ୍ଧ ଚାଲିବା ପରେ ଏବେ ଶାନ୍ତି ଫେରିବ ବୋଲି ଅନୁମାନ କରାଯାଉଛି । ଆମେରିକା ସେନା ଫେରିବା ପୂର୍ବରୁ ତାଲିବାନ ଯେଉଁ ଦେଶ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଏବେ ସେ ଏମିତି ଏକ ଦେଶକୁ ଶାସନ କରିବାକୁ ଯାଉଛି ଯିଏ ଅନ୍ତରାଷ୍ଟ୍ରୀୟ ସହାୟତା ଉପରେ ନିର୍ଭର କରିଥାଏ । କାରଣ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଖୁବ୍ ଖରାପ ।

Share