ଭାରତକୁ ତାଲିବାନ କହିଲା ‘ତୁମ କାମ ଶେଷ କର’

ନୂଆଦିଲ୍ଲୀ,୧୮।୮ : ଯଦି ଇଚ୍ଛା ଅଛି, ତେବେ ଆଫଗାନିସ୍ତାନରେ ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ ଜାରି ରଖ। ଭାରତକୁ ଏଭଳି କହିଛନ୍ତି ତାଲିବାନ ପ୍ରବକ୍ତା ସୁହେଲ ଶାହିନ। ଆଫଗାନିସ୍ତାନ ମାଟିକୁ ଅନ୍ୟ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଆମେ ଅନୁମତି ଦେବୁ ନାହିଁ। ଏହା ଆମେ ସ୍ପଷ୍ଟ କରୁଛୁ। ଆଫଗାନିସ୍ତାନରେ ଭାରତ କିଛି ପ୍ରକଳ୍ପ, ବହୁ ପୁନଃ ନିର୍ମାଣ ଓ ଭିତ୍ତିଭୂମି ପ୍ରତିଷ୍ଠା ଆରମ୍ଭ କରିଛି।  ଯଦି ସେମାନେ ଚାହାନ୍ତି, ସମସ୍ତ ପ୍ରକଳ୍ପର ନିର୍ମାଣ ଶେଷ କରିପାରିବେ। କାରଣ ଏହା ଆମ ଦେଶର ଜନସାଧାରଣଙ୍କ ସ୍ବାର୍ଥ ପାଇଁ କରାଯାଉଥିବା ଶାହିନ ଏକ ପାକିସ୍ତାନୀ ଚ୍ୟାନେଲକୁ କହିଛନ୍ତି।

ନୂଆଦିଲ୍ଲୀ ତାଲିବାନ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବାଟ ଖୋଲା ରଖିଛି। କିନ୍ତୁ ଆତଙ୍କବାଦୀ ସଂଗଠନକୁ ଭାରତ ଏପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇନାହିଁ। ଆଫଗାନିସ୍ତାନରେ ଶାଟୁଟ୍‌ ଡ୍ୟାମ, ସାଲମା ଡ୍ୟାମ, ପାର୍ଲାମେଣ୍ଟ ଓ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ଭଳି ଉନ୍ନତିମୂଳକ ପ୍ରକଳ୍ପରେ ଭାରତ ୩ ବିଲିୟନ ଟଙ୍କା ଖର୍ଚ୍ଚ କରିବ ବୋଲି ଚୁକ୍ତି କରିଛି। ମାତ୍ର ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ଆଫଗାନିସ୍ତାନର ୩୪ଟି ପ୍ରଦେଶରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାରଙ୍କୁ ଭାରତ ଫେରାଇ ନେଇଥିଲା।

Share