ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୪।୭: ତାଲିବାନ ଏକ ନୂତନ ଆଦେଶ ଜାରି କରି କରିଛି, ଯେଉଁଥିରେ କାବୁଲରେ ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଗୁଣବତ୍ତା ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର ଟେଲୋ ନ୍ୟୁଜକୁ କହିଛନ୍ତି ଯେ, ଏକ ନୂତନ ଆଦେଶ ଅନୁଯାୟୀ କାବୁଲ ତଥା ଦେଶର ଅନ୍ୟାନ୍ୟ ପ୍ରଦେଶରେ ମହିଳା ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ତାଲିବାନ ନେତାଙ୍କ ଦ୍ୱାରା ଦିଆଯାଇଥିବା ଏହି ନୂତନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ତାଲିବାନର ଗୁଣବତ୍ତା ମନ୍ତ୍ରଣାଳୟ କାବୁଲ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛି ଏବଂ ମହିଳା ବିଉଟି ସେଲୁନର ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Share