ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ

କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍‌ କୋଡ୍‌ ନିୟମ ପାଳନ ନ କଲେ ମଧ୍ୟ ସେମାନେ ଚାକିରିରୁ ବିଦା ହେବେ। ସରକାରୀ କର୍ମଚାରୀଙ୍କୁ କିଛି ଏଭଳି ଚେତାବନୀ ଦେଇଛି ତାଲିବାନ। ସୂଚନାଯୋଗ୍ୟ, ସୋମବାର ତାଲିବାନ ପ୍ରଶାସନର ସାଧାରଣ ନୈତିକତା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଅଫିସ ପ୍ରବେଶ ପଥରେ ପାଟ୍ରୋଲିଂ କରାଯାଇ କର୍ମଚାରୀମାନଙ୍କୁ ଏନେଇ ସତର୍କ କରିଦିଆଯାଇଛି। ସବୁ କର୍ମଚାରୀ ଦାଢ଼ି ରଖିବା ସହ ସ୍ଥାନୀୟ ପୋଷାକ ଲମ୍ବା ଢିଲା କୁର୍ତ୍ତା ଓ ଟ୍ରାଉଜର ପିନ୍ଧିବେ ଏବଂ ମୁଣ୍ଡରେ ଟୋପି କିମ୍ବା ପଗଡ଼ି ପିନ୍ଧିବେ। ଦାଢ଼ି ନ କାଟିବାକୁ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ ସେମାନଙ୍କୁ ଅଫିସରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ଓ ଚାକିରିରୁ ବହିଷ୍କାର କରାଯିବ ବୋଲି କୁହାଯାଇଛି।

 

Share