ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ

ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ଜଣ ଲୋକ ଜଳିଯାଇଥିବା ସହ ୮୪ ଜଣ ଆହତ ହୋଇଥିଲେ। ହୋଟେଲର ମାଲିକ ଥିଲେ ଜେସୋର ଜଲାର ଆୱାମି ଲିଗର ସାଧାରଣ ସମ୍ପାଦକ ଶାହିନ ଚକଲାଦର।

ଡେପୁଟି କମିଶନର ଅବରାରୁଲ ଇସଲାମ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରୁ ୨୦ବର୍ଷ ବୟସ୍କା ଚୟନ ଏବଂ ୧୯ବର୍ଷୀୟ ସେଜନ ହୁସେନ ବୋଲି ଜଣାପଡିଛି। ଡାକ୍ତରଖାନାର କର୍ମଚାରୀ ହାରୁନ ରସିଦ କହିଛନ୍ତି ଯେ ସେଠାରେ ଅତି କମରେ ୮୪ଜଣ ଲୋକ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର। ସହରର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଉତ୍ସବରେ ହଜାର ହଜାର ଲୋକ ଉତ୍ସବ ପାଳନ କରୁଥିଲେ। ଉତ୍ସବ ସମୟରେ କିଛି ଲୋକ ଚିତ୍ତରମୋର ଅଞ୍ଚଳର ଜବୀର ହୋଟେଲରେ ନିଆଁ ଲଗାଇ ଏହାର ଆସବାବପତ୍ର ଭାଙ୍ଗିଥିଲେ। ଏହି ସମୟରେ ପ୍ରଦର୍ଶନକାରୀମାନେ ଜିଲା ଆୱାମୀ ଲିଗ କାର୍ଯ୍ୟାଳୟ ଏବଂ ଶରଶା ଏବଂ ବେନାପୋଲ ଅଞ୍ଚଳରେ ଆଉ ତିନି ଜଣ ଆୱାମୀ ଲିଗ ନେତାଙ୍କ ଘର ଉପରେ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ବାଂଲାଦେଶରେ ଅଗ୍ନିକାଣ୍ଡ ଏବଂ ହିଂସା ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୩୦୦ଲୋକ ପ୍ରାଣ ହରାଇଛନ୍ତି। ସୋମବାର ନ୍ୟୁଜ ଏଜେନ୍ସି ଏଏଫପିର ରିପୋର୍ଟରେ ଏଭଳି ଦାବି କରାଯାଇଛି। ତେବେ ମତ୍ୟୁ ସଂଖ୍ୟା ୩୦୦ବୋଲି ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ରବିବାର ବାଂଲାଦେଶ ରାସ୍ତାରେ ହିଂସା ଘଟିଥିବା ଏଏଫପି ରିପୋର୍ଟରେ ଦର୍ଶାଇଛି।

Share