ତାଲିବାନର କ୍ରୁରତା, ଟାଇଟ୍‌ ପୋଷାକ ପିନ୍ଧିଥିବା ଯୁବତୀଙ୍କୁ ଗୁଳି କରି ହତ୍ୟା…

କାବୁଲ,୯।୮: ଆଫଗାନିସ୍ତାନରେ ତାଲିବାନର କ୍ରୁରତା ବଢ଼ିବାରେ ଲାଗିଛି। ସମ୍ପ୍ରତି ଟାଇଟ୍‌ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କୁ ତାଲିବାନ ସଦସ୍ୟ ଗୁଳି କରି ହତ୍ୟା କରିଛନ୍ତି। ଯୁବତୀ ଜଣକ ବାହାରକୁ ଆସିଥିବା ସମୟରେ ତାଙ୍କ ସହିତ କୌଣସି ପୁରୁଷ ନ ଥିବାରୁ ଏହା ତାଲିବାନ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନ ଅନୁଯାୟୀ ଦୋଷାବହ ଥିବାରୁ ଏଭଳି ଦଣ୍ଡାଦେଶ କରାଯାଇଛି।
ଉତ୍ତର ବଲ୍‌ଖ ପ୍ରଦେଶର ସମର କାଦିୟାନ୍‌ ଅଞ୍ଚଳର ଏକ ଗାଁରେ ତାଲିବାନ ଆଇନ ଅନୁସାରେ ଯୁବତୀ ଜଣଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଯୁବତୀ ଜଣକ ବଲ୍‌ଖାର ରାଜଧାନୀ ମଜାର-ଇ-ଶରିଫ୍‌ ଯାଉଥିଲେ। ଘରୁ ବାହାରି ଗାଡ଼ିରେ ବସିଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା।

Share