ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍ ଶୁକ୍ରବାର ଏହି ସୂଚନା ଦେଇଛି । ରୁଷିଆ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ତାଲିବାନର ସଂସ୍କୃତି କମିଶନର ସଦସ୍ୟ ଇନାମୁଲ୍ଲା ସମାଂଗାନି କହିଛନ୍ତି ଦେଶର ମଧ୍ୟବର୍ତ୍ତି କାଳୀନ ସରକାରକୁ ଚିହ୍ନଟ କରିବାର ଉଦ୍‌ଘାଟନ ସମାରୋହକୁ ରଦ୍ଦ କରି ଦିଆଯାଇଛି । ସମାଂଗାନି ଟୁଇଟ୍ କରି କହିଛନ୍ତି ନୂଆ ଆଫଗାନ ସରକାରଙ୍କ ଉଦ୍‌ଘାଟନ ସମାରୋହ କିଛିଦିନ ପୂର୍ବରୁ ରଦ୍ଧ କରି ଦିଆଯାଇଥିଲା । ଲୋକଙ୍କୁ ଭ୍ରମରେ ପାକଇବାକୁ ଇସଲାମିକ ଅମିରାତ(ତାଲିବାନ) ନେତୃତ୍ୱରେ କ୍ୟାବିନଟର ଘୋଷଣା ହୋଇଥିଲା ଆଉ ପୂର୍ବରୁ ଏହା କାମ କରିବା ଆରମ୍ଭ କରି ସାରିଥିଲା । କେବଳ ସେତିକି ନୁହେଁ, ସମାଂଗାନି ଆହୁରି ମଧ୍ୟ କହିଛନ୍ତି ଶପଥ ଗ୍ରହଣ ତାରିଖ ସ୍ଥିର ହେବା ଖବର ୧୧ ସେପ୍ଟେମ୍ବର ବି ମିଛ । ସେପ୍ଟେମ୍ବର ୧୧ରେ ତାଲିବାନ ସରକାର ଶପଥ ନେବ ନାହିଁ । ସୂଚନାଯୋଗ୍ୟ, ଶୁଣିବାକୁ ମିଳିଥିଲା କି ତାଲିବାନର ନୂଆ ସରକାର ୧୧ ସେପ୍ଟେମ୍ବରରେ ଶପଥ ନେଇପାରେ । ଏହି ଦିନ ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣକୁ ୨୦ ବର୍ଷ ପୂରଣ ହେଉଛି । ଏବେ ଏହାକୁ ରଦ୍ଦ କରି ଦିଆଯାଇଥିବା ଜଣାପଡିଛି ।

Share