ଆମେରିକାକୁ ତାଲିବାନର ଧମକ

କାବୁଲ,୨୩ ।୮: ଆଫଗାନିସ୍ତାନରେ ତାଲିବାନର ରାଜୁତି । ଏକଥା ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ । ତାଲିବାନ ଭୟରେ ଏବେ ଆଫଗାନିସ୍ତାନରୁ ଲୋକେ ଦେଶ ଛାଡି ପଳାଉଥିବା ସମସ୍ତଙ୍କୁ ଜଣା । ଏହାରି ଭିତରେ ଆମେରିକା ଓ ଅନ୍ୟ ନାଟୋ ଦେଶର ସେନା ଆଫଗାନିସ୍ତାନ ଛାଡି ଚାଲି ଯାଉଥିବା ଦେଖାଯାଇଛି । ହେଳେ ରେସକ୍ୟୁ ମିଶନ ପାଇଁ ଏସବୁ ଦେଶର ସେନା ବହୁ ପରିମାଣରେ କାବୁଲ ଏୟାର ପୋର୍ଟରେ ଜମା ହୋଇଛନ୍ତି । ଇତିମଧ୍ୟରେ ତାଲିବାନ ଆମେରିକାକୁ ଖୋଲାଖୋଲି ଧମକ ଦେଇଛି । ତାଲିବାନର ପ୍ରବକ୍ତା ସୋହେଲ ଶାହିନ ସୋମବାର କତରଠାରେ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯଦି ଆମେରିକା ତା’ର ସେନାଙ୍କୁ ଫେରାଇ ନେବାରେ ବିଳମ୍ବ କରେ ତେବେ ତାକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ତାଲିବାନ ପକ୍ଷରୁ ୩୧ ଅଗଷ୍ଟ ଡେଡ୍ ଲାଇନ ଦିଆଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ୩୧ ଅଗଷ୍ଟ ସୁଦ୍ଧା ରେସକ୍ୟୁ ଅପରେଶନ ଅବଧି ପୂରଣ କରି ଆମେରିକା ତା’ର ସେନାଙ୍କୁ ଫେରାଇ ନେବ । ଯଦି ଏହା ସମ୍ଭବ ନ ହେଲା ତା’ହେଲେ କିଛିଦିନ ପାଇଁ ଆମରିକା ସେନା ସେଠାରେ ରହିପାରିବେ ।

Share