ବଡ଼ ପ୍ରକଳ୍ପ ନେଇ ତାଲିବାନରେ କଳହ: ଜାତିସଂଘ ରିପୋର୍ଟ…

କାବୁଲ,୧୧।୬ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପର ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଆଫଗାନିସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦ ବୃଦ୍ଧି ପାଉଛି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ତାଲିବାନ ସାନ୍ସ କମିଟିର ୧୯୮୮ ର ଆନାଲିଟିକାଲ ସପୋର୍ଟ ଆଣ୍ଡ ସାନ୍ସନ ମନିଟରିଂ ଦଳର ୧୪ତମ ରିପୋର୍ଟରେ କୁହାଯାଇଛି ଆଫଗାନିସ୍ତାନରେ ଫେଡେରାଲ ଏବଂ ପ୍ରାଦେଶିକ ପ୍ରଶାସନରେ ପଦବୀ ବଣ୍ଟନ ତଥା ବଡ଼ ପ୍ରକଳ୍ପ ଉପରେ ତାଲିବାନ ଅଧିକାରୀଙ୍କ ମଧ୍ୟରେ କଳହ ସ୍ପଷ୍ଟ ହୋଇଛି।

ପ୍ରକାଶିତ ରିପୋର୍ଟରେ କୁହାଯାଇଛି କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଏବଂ ହକାନୀ ନେଟୱାର୍କର ନେତା ସିରାଜୁଦ୍ଦିନ ହକ୍କାନି ଏବଂ କାର୍ଯ୍ୟକାରୀ ଉପ-ପ୍ରଧାନମନ୍ତ୍ରୀ ମଲ୍ଲିକ ବାରଦାରଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ଏଥିରେ କୁହାଯାଇଛି ବାରଦର ସରକାରରେ ପ୍ରଭାବ ହ୍ରାସ କରିଛନ୍ତି, କିନ୍ତୁ ଦକ୍ଷିଣ ପ୍ରଦେଶର ପ୍ରଶାସନର ସମର୍ଥନ ଜାରି ରଖିଛି। ଏଥିସହ ତାଲିବାନକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ, ବିଦେଶରେ ଆଫଗାନିସ୍ତାନ ସମ୍ପତ୍ତି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ଏବଂ ଦେଶକୁ ବୈଦଶିକ ସହାୟତା ପରିସର ବିସ୍ତାର କରିବାକୁ ବାରଦାର ଚାହୁଁଛନ୍ତି।

Share