ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କଲା ତାଲିବାନ୍‌

କାବୁଲ,୧୦।୯: ଅଶ୍ରଫ୍‌ ଗନିଙ୍କ ସରକାର ସମୟରେ କାର୍ଯ୍ୟରତ ଥିବା ଅଫିସର ଓ କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାମଚଳା ତାଲିବାନ୍‌ ସରକାର ବନ୍ଦ କରିଦେଇଛି। ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ଅଧିକାଂଶ କର୍ମଚାରୀ ଦେଶ ଛାଡ଼ି ପଳାଇଯାଇଥିଲେ। କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ସମ୍ପର୍କରେ ତାଲିବାନ ସାଂସ୍କୃତିକ କମିଶନ ସଦସ୍ୟ ଅନାମୁଲ୍ଲା ସମଙ୍ଗାନୀ ଘୋଷଣା କରିଛନ୍ତି। ତେବେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା କର୍ମଚାରୀମାନଙ୍କ ନାଁ ସେ ପ୍ରକାଶ କରିନାହାନ୍ତି। ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ।

Share