କନ୍ୟାଙ୍କୁ ସେନା ହେଲିକପ୍ଟରରେ ଘରକୁ ନେଇ ଆସିଲେ ତାଲିବାନ କମାଣ୍ଡର, ବିବାହ ପାଇଁ ଶ୍ୱଶୁରଙ୍କୁ ଦେଲେ ୧୨ ଲକ୍ଷ

କାବୁଲ,୫ ।୭: ତାଲିବାନ କମାଣ୍ଡର ତାଙ୍କ ନବବିବାହିତ ପତ୍ନୀଙ୍କୁ ଘରକୁ ଆଣିବାକୁ ସେନା ହେଲିକପ୍ଟରର ବ୍ୟବହାର କରିଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କନ୍ୟାଙ୍କୁ ପୂର୍ବ ଆଫଗାନିସ୍ତାନର ଲୋଗାରରୁ ଖୋସ୍ତ ଅଞ୍ଚଳକୁ ସେନା ହେଲିକପ୍ଟରରେ ନିଆଯାଇଥିଲା ।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ସ୍ଥାନୀୟ ମିଡିଆ ଖାମା ପ୍ରେସ ତାଲିବାନୀ ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ତାଲିବାନର ହକ୍କାନି ଶାଖାର କମାଣ୍ଡର ବୋଲି କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କମାଣ୍ଡର କନ୍ୟାଙ୍କ ଘର ନିକଟରେ ହେଲିକପ୍ଟରରୁ ଓହ୍ଲାଉଥିବା ଦେଖାଯାଇଛି । ଏହି ବିବାହ ପାଇଁ ତାଲିବାନ କମାଣ୍ଡର ନିଜ ଶ୍ୱଶୁରଙ୍କୁ ଯୌତୁକ ଭାବେ ୧୨ ଲକ୍ଷ ତାଲିବାନି ଟଙ୍କା ଦେଇଥିବା ଜଣାପଡିଛି ।

Share