ବିବିସି ପ୍ରସାରଣ ଉପରେ ତାଲିବାନର କଟକଣା…

କାବୁଲ୍‌, ୨୮।୩ : ଆଫଗାନିସ୍ତାନର ତାଲିବାନ ସରକାର ଏବେ ବିବିସି ପ୍ରସାରଣ ଉପରେ କଟକଣା ଲଗାଇଛି। ପାଶ୍ଚାତ୍ୟ, ପାର୍ସି ଏବଂ ଉଜବେକିସ୍ତାନର ବୁଲେଟିନ ଦେଶରୁ ହଟାଇ ଦିଆଯାଇଛି ବୋଲି ବିସିସିଆଇ କହିଛି। ଭଏସ ଅଫ ଆମେରିକାକୁ ମଧ୍ୟ ପ୍ରସାରଣ ବନ୍ଦ କରିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି।

ବିବିସିର ଭାଷା ପ୍ରମୁଖ ତାରିକ କଫାଲା କହିଛନ୍ତି ଯେ, ଆଫଗାନୀସ୍ତାନର ୬୦ ଲକ୍ଷରୁ ଅଧିକ ଲୋକ ବିବିସି ପ୍ରସାରଣ ଦ୍ୱାରା ଉପକୃତ ହେଉଛନ୍ତି। ସେମାନଙ୍କୁ ଏଥିରୁ ବଞ୍ଚିତ କରା ନଯାଉ। ଏହାକୁ ନେଇ ବିବିସିର ପ୍ରତିନିଧି ୟଲଦା ହାକିମ ଟୁଇଟ କରି କାଫାଲାଙ୍କ ବିବୃତ୍ତିରେ ଲେଖିଛନ୍ତି, ଆମେ ତାଲିବାନକୁ ସେମାନଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଏବଂ ସେମାନଙ୍କ ଟିଭି ପାର୍ଟନରଙ୍କ ସହିତ ବିବିସି ନ୍ୟୁଜ ବୁଲେଟିନକୁ ତୁରନ୍ତ ପୁଣି ଆରମ୍ଭ କରିବାକୁ ଅନୁରୋଧ କରୁଛୁ।

କମ୍ପାନୀ ମୋବି ଗ୍ରୁପ କହିଛି ଯେ ତାଲିବାନର ଗୁପ୍ତଚର ଏଜେନ୍ସିର ନିର୍ଦ୍ଦେଶ ପରେ ଏହା ଭଏସ ଅଫ ଆମେରିକା ପ୍ରସାରଣ ବନ୍ଦ କରିଦେଇଛି। ଏହା ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ହକ ହାମଦ ପକ୍ଷରୁ ନିଶ୍ଚିତ କରାଯାଇଛି।

Share