ତାଲିବାନ କଟକଣା ଯୋଗୁ ସୃଷ୍ଟି ହେବ ଗୁରୁତର ପରିଣାମ: ଆମେରିକାର ଚେତାବନୀ…

ଓ୍ବାଶିଂଟନ,୩୧।୧୨ : ଆଫଗାନିସ୍ତାନରେ ଅତି କମରେ ଏକକୋଟି ୧୬ ଲକ୍ଷ ମହିଳା ଏବଂ ବାଳିକାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ ନାହିଁ। ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଶନିବାର ଏହା କହିଛନ୍ତି।

ଆମେରିକାର ରାଷ୍ଟ୍ରଦୂତ ଗ୍ରୀନଫିଲ୍ଡ ଏକ ଟୁଇଟରେ କହିଛନ୍ତି ଯେ ମହିଳାମାନଙ୍କୁ ପ୍ରଦାନ କରାଯାଉଥିବା ମାନବିକ ସହାୟତା ପ୍ରୟାସକୁ ନିଷିଦ୍ଧ କରିବା ତାଲିବାନର ନିଷ୍ପତ୍ତି ଦ୍ୱାରା ପୂର୍ବରୁ ମଧ୍ୟ ଭୟଙ୍କର ପରିଣାମ ଦେଖିବାକୁ ମିଳୁଛି। ମିଳିତ ଜାତିସଂଘ ଅନୁଯାୟୀ, ଆଫଗାନିସ୍ତାନରେ ମହିଳା ଏବଂ ବାଳିକାମାନଙ୍କୁ ଆବଶ୍ୟକ ସହାୟତା ମିଳିପାରୁ ନାହିଁ। ଏହି ବିପଜ୍ଜନକ ଏବଂ ଦମନକାରୀ ନିଷେଧକୁ ବଦଳାଇବା ଜରୁରୀ ।

ଜାତିସଂଘ ମାନବାଧିକାର ସଂସ୍ଥାକୁ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ମହିଳାମାନଙ୍କୁ ମାନବିକ କାର୍ଯ୍ୟରୁ ନିବୃତ୍ତ କରିବା ମାନବିକତା ବିରୁଦ୍ଧ ଅଟେ। ଏହି କାରଣରୁ ବିଶେଷ କରି ଆଫଗାନିସ୍ତାନରେ ମହିଳା ଏବଂ ଶିଶୁ ପ୍ରଭାବିତ ହେବେ। ଏହି ପ୍ରତିବନ୍ଧକକୁ ହଟାଇବା ଉଚିତ।

 

Share