ଆଫଗାନିସ୍ତାନର ସହରଗୁଡିକରେ ସିସିଟିଭି କ୍ୟାମେରା ଲଗାଇବେ ତାଲବାନ ସରକାର

କାବୁଲ,୨୬।୯: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ଏପରି କିଛି ନିଷ୍ପତ୍ତି ନେଇଛି ଯାହା ଆଫଗାନିସ୍ତାନ ନାଗରିକଙ୍କୁ ସିଧାସଳଖ ଭାବେ ପ୍ରଭାବିତ କରିଛି। ତେବେ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ସହରଗୁଡିକ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗେଇବାକୁ ଯାଉଛନ୍ତି।

ଦେଶର ବିଭିନ୍ନ ସହରରେ ସୁରକ୍ଷା ଦୃଷ୍ଟିରୁ ଓ ଇସଲାମିକ ଷ୍ଟେଟ ଉପରେ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଇବା ନେଇ ତାଲିବାନ ସରକାର କହିଛନ୍ତି। ତାଲିବାନ ଚାଇନାର କମ୍ପାନୀ ହଓ୍ବାଇ ସହିତ ଏନେଇ ଆଲୋଚନା କରିଛି। ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ମାଟିନ ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସକୁ କହିଛନ୍ତି, ସିସିଟିଭି ଦ୍ୱାରା କାବୁଲ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସହର ଉପରେ ଧ୍ୟାନ ଦିଆଯାଇପାରିବ। ଏହା ନୂତନ ସୁରକ୍ଷା ରଣନୀତିର ଏକ ଅଂଶ ଯାହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ଚାରି ବର୍ଷ ଲାଗିବ ବୋଲି ସେ କହିଛନ୍ତି।

Share