ବିନା ଭୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ ଆଫଗାନୀ ସରକାରୀ କର୍ମଚାରୀ: ତାଲିବାନ

କାବୁଲ,୧୭ ।୮: ତାଲିବାନ ଆଫଗାନୀସ୍ତାନର ରାଜଧାନୀ କାବୁଲର ସମସ୍ତ ସରକାରୀ କର୍ମଚାରୀଙ୍କ୍‌ୁ କାର୍ଯ୍ୟରେ ଯୋଗ ଦେବାକୁ କହିଛି । ତାଲିବାନ ମଙ୍ଗଳବାର ସମସ୍ତ ସରକାରୀ କର୍ମଚାରୀଙ୍କୁ ‘ସର୍ବକ୍ଷମା’ ଦେବାକୁ ଘୋଷଣା କରିଛି । ତାଲିବାନ କହିଛି ସମସ୍ତଙ୍କ ପାଇଁ ସର୍ବକ୍ଷମା ଘୋଷଣା କରାଯାଉଛି । ତେଣୁ ଆପଣ ଆପଣଙ୍କ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ବିଶ୍ୱାସର ସହ ଆରମ୍ଭ କରିପାରିବେ । ତାଲିବାନ କହିଛି କୌଣସି ସରକାରୀ କର୍ମଚାରୀ ଭୟ କରିବାର ଆବଶ୍ୟକତା ନାହିଁ । ଆପଣମାନଙ୍କର କିଛି କ୍ଷତି ହେବନାହିଁ । ସମସ୍ତେ କାର୍ଯ୍ୟରେ ଯୋଗ ଦିଅନ୍ତୁ କାହାକୁ କିଛି କୁହାଯିବ ନାହିଁ । ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ କବଜାକୁ ନେବା ପରେ ତାଲିବାନର ଭୟ ସେଠାରେ ପରିଲକ୍ଷିତ ହେଉଛି ।

Share