ଅଫିମ ଚାଷ କରିବ ନାହିଁ ତାଲିବାନ

କାବୁଲ,୩୦ ।୮: ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନ ଶାସନ । ତାଲିବାନ ସରକାର ଗଢିବା ନେଇ ପୂରା ପ୍ରସ୍ତୁତ ହୋଇଗଲାଣି । ଏହାରି ଭିତରେ ସେ ଦେଶରେ କିଛି ପରିବର୍ତ୍ତନ କରୁଥିବା ଜଣାପଡୁଛି । ଏ ସମ୍ପର୍କରେ ବି ସାଧାରଣ ଜନତାଙ୍କୁ ଅବଗତ କଲାଣି ତାଲିବାନ । ଆଫଗାନିସ୍ତାନର ସବୁଠାରୁ ଭଲ ବା ଲାଭ ଦାୟକ ବ୍ୟବସାୟ ଅଫିମକୁ ତାଲିବାନ ଏବେ ବ୍ୟାନ କରିବାକୁ ଯାଉଛି । ଏ ନେଇ ବିଭିନ୍ନ ଗାଁରେ ଅଫିମ ଚାଷ କରୁଥିବା କୃଷକଙ୍କୁ ଆଉ ଏହି ଚାଷ ନ କରିବାକୁ ତାଲିବାନ କହି ସାରିଛି । କାରଣ ଦେଶରେ ଏବେ ଏହା ବ୍ୟାନ ହେବାକୁ ଯାଉଛି । ୱାର୍ଲଡ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁଯାୟୀ କନ୍ଦାହାର ଓ ଏହାର ଆଖପାଖ ଅଞ୍ଚଳରେ ସବୁଠାର ଅଧିକ ଅଫିମ ଚାଷ କରାଯାଇଥାଏ । ଏବେ ସେଠାକାର କୃଷକଙ୍କୁ ଏହା ନ କରିବାକୁ କହିଛି ତାଲିବାନ । ତାଲିବାନର ଏଭଳି ନିଷ୍ପତ୍ତି ଫଳରେ ଏବେ ଆଫଗାନିସ୍ତାନ ବଜାରରେ ଅଫିମର ଦାମ୍ ବୃଦ୍ଧି ହୋଇଛି । ୭୦ ଡଲାରରେ କିଲୋପ୍ରତି ମିଳୁଥିବା ଅଫିମର ଦାମ ଏବେ କିଲୋଗ୍ରାମ ପ୍ରତି ୨୦୦ ଡଲାର ହୋଇ ଯାଇଥିବା ସୂଚନା ମିଳିଛି । ପୂର୍ବରୁ ତାଲିବାନ ତା’ ଶାସନରେ ନିଶ।। କାରବାରକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି କହିଥିବା ବେଳେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ।

Share