‘ମହିଳାଙ୍କ କେବଳ ଗୋଟିଏ କାମ, ସନ୍ତାନ ଜନ୍ମଦେବା’

କାବୁଲ,୧୦।୯: ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ। ଜଣେ ମହିଳା ମନ୍ତ୍ରୀ ହେବା ତାଙ୍କ ବେକରେ କିଛି ରଖିବା ପରି, ଯାହାକୁ ସେ ଉଠାଇ ପାରିବେ ନାହିଁ। ମହିଳାମାନେ କ୍ୟାବିନେଟରେ ରହିବା ଜରୁରୀ ନୁହେଁ। ସେମାନେ ସନ୍ତାନ ଜନ୍ମ ଦେବା ଉଚିତ୍‌। ତାହା ହେଉଛି ସେମାନଙ୍କର କାମ। ମହିଳା ପ୍ରଦର୍ଶନକାରୀ ଆଫଗାନିସ୍ତାନର ସମସ୍ତଙ୍କୁ ପ୍ରତିନିଧିତ୍ୱ କରୁନାହାଁନ୍ତି। ଏହା ହେଉଛି ତାଲିବାନ ମୁଖପାତ୍ର ସୟଦ ଜାକିରୁଲ୍ଲା ହାଶମୀଙ୍କ ବିବୃତ୍ତି। ସରକାର ଗଠନ ସହିତ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବା ବିଷୟରେ କହିଥିବା ତାଲିବାନର ସ୍ବର ବଦଳି ଯାଇଛି। ଏବେ ମହିଳାମାନେ କେବଳ ଘରର ଚାରି କାନ୍ଥ ଭିତରେ ନିଜ ଲୁହକୁ ଚାପି ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି।
ଏହା ପୂର୍ବରୁ ଆଫଗାନିସ୍ତାନରେ ଶିକ୍ଷା ସମ୍ବନ୍ଧରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଥିବା ଜଣାଯାଇଛି। କଲେଜ ଗୁଡ଼ିକରେ ପୁଅ ଏବଂ ଝିଅଙ୍କ ପରଦା ଲଗାଯାଇଛି। ଏହା ବ୍ୟତୀତ କେବଳ ମହିଳା କିମ୍ବା ବୃଦ୍ଧ ଶିକ୍ଷକମାନଙ୍କୁ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ନିଯୁକ୍ତି ଦିଆଯାଉଛି। ଆଫଗାନିସ୍ତାନରେ ମହିଳାମାନଙ୍କ ଅଧିକାର ପାଇଁ ଲଢୁଥିବା ପ୍ରଦର୍ଶନ ବୃଦ୍ଧି ପାଉଛି। କାବୁଲରେ ରାଜରାସ୍ତାକୁ ଯାଇଥିବା ମହିଳାଙ୍କ ପ୍ରଦର୍ଶନ ଉତ୍ତର-ପୂର୍ବ ବାଦାଖଶାନ ପ୍ରଦେଶରେ ପହଞ୍ଚିଛି। ଏଠାରେ ବହୁତ ମହିଳା ରାସ୍ତାରେ ବାହାରି ପ୍ରଦର୍ଶନ କରୁଛନ୍ତି।

Share