ପାକିସ୍ତାନ ଜେଲରେ ଆଠ ବର୍ଷ କାଟିଛନ୍ତି ତାଲିବାନର ନେତୃତ୍ୱ ନେବାକୁ ଯାଉଥିବା ମୁଲ୍ଲା

କାବୁଲ,୩ ।୯: ଆଫଗାନିସ୍ତାନରେ ଖୁବଶୀଘ୍ର ତାଲିବାନ ସରକାର ଗଠନ କରିବାକୁ ଯାଉଛି । କୁହାଯାଉଛି କି ଶୁକ୍ରବାର ସନ୍ଧ୍ୟା ଅଥବା ଦିନେ ଦୁଇଦିନ ମଧ୍ୟରେ ତାଲିବାନ ସରକାର ଗଠନ କରିବ । ଏହି ନୂଆ ସରକାରର ନେତୃତ୍ୱ ନେବାକୁ ଯାଉଥିବା ନେତା ତଥା ରାଜନୈତିକ ସିଷ୍ଟମର ସୂଚନା ମଧ୍ୟ ଦିଆଯିବ ବୋଲି କୁହାଯାଉଛି । ନ୍ୟୁଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ମୁଲ୍ଲା ଅବଦୁଲ ଗନି ବରାଦର ତାଲିବାନ ସରକାରର ନେତୃତ୍ୱ ନେବେ ଅର୍ଥାତ୍ ସେ ଆଫଗାନିସ୍ତାନର ଅଲଗା ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ଥିର ହୋଇ ସାରିଛି । ଏବେ ପର୍ଯ୍ୟନ୍ତ ଲାଇନରେ ଥିବା ତାଲିବାନର ରାଜନୈତିକ ଚେହେରା ଥିବା ବରାଦର ଏହି ସଙ୍ଗଠନର ସହ ସଂସ୍ଥାପକ ଥିଲେ । ଏବେ ତାଙ୍କର ସ୍ଥାନ ସର୍ବୋଚ୍ଚ ନେତା ହେବାକୁ ଯାଉଥିବା ମୁଲ୍ଲା ହେବତୁଲ୍ଲା ଅଖୁଂଦଜାଦାଙ୍କ ପରେ ରହିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ୧୯୬୮ରେ ଆଫଗାନିସ୍ତାନର ଉରୁଜଗାନ ଅଞ୍ଚଳରେ ହୋଇଥିବା ବେଳେ ବରାଦର ଆରମ୍ଭରୁ ଧାର୍ମିକ ଭାବେ କଟ୍ଟର ପନ୍ଥି ଥିଲେ । ସେ ତାଲିବାନର ସଂସ୍ଥାପକ ମୁଲ୍ଲା ଉମରଙ୍କ ଶଳା । ୯/୧୧ ଆକ୍ରମଣ ପରେ ଯେତେବେଳେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ସେତେବେଳେ ତାଲିବାନର ସବୁ ବଡ ବଡ ନେତା ପାକିସ୍ତାନର ଶରଣ ନେଇଥିଲେ । ଏମାନଙ୍କ ମଧ୍ୟରେ ମୁଲ୍ଲା ଉମର ଓ ଅବଦୁଲ ଗନି ବରାଦର ଅନ୍ୟତମ । କୁହାଯାଏ ବରାଦରଙ୍କୁ ପାକିସ୍ତାନ ୨୦୧୦ରେ କରାଚିରୁ ଗିରଫ କରିଥିଲା । ଏହାର ସୂଚନା ଗୋଟିଏ ସପ୍ତାହ ପରେ ମିଳିଥିଲା । ଏହାପରେ ବରାଦରଙ୍କୁ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନ ଜେଲରେ ରହିବାକୁ ପଡିଥିଲା । ଏହାପରେ ଆମେରିକାକୁ ଅନୁରୋଧ କରି ତାଙ୍କୁ ଛାଡି ଦିଆଯାଇଥିଲା ।

Share