ଆଫଗାନିସ୍ତାନ ଭୂକମ୍ପ: ଭାରତ ପଠାଇଲା ମାନବୀୟ ସହାୟତା

କାବୁଲ,୨୫ ।୬: ଆଫଗାନିସ୍ତାନର ପୂର୍ବ ପାକ୍ତିକା ଅଞ୍ଚଳରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ହଜର ହଜାର ଲୋକ ଆହତ ବି ହୋଇଥିଲେ । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନକୁ ସହାୟତା ଯୋଗାଇଛି ଭାରତ । ଭାରତୀୟ ବାୟୁସେନା ବିମାନ ଆଫଗାନିସ୍ତାନରେ ରିଲିଫ ସାମଗ୍ରୀ ପଠାଇଛି । ଗୁରୁବାର ଏହା କାବୁଲରେ ପହଞ୍ଚିବା ପରେ ଶୁକ୍ରବାର ସକାଳେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏହାକୁ ପହଞ୍ଚାଯାଇଛି ।
ତାଲିବାନ ଅଧିକାରୀଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂ ଆଫଗାନିସ୍ତାନକୁ ଭାରତର ପ୍ରଥମ ମାନବୀୟ ସହାୟତା ପ୍ରଦାନ କରିଛନ୍ତି । ଭୂକମ୍ପ ପୀଡିତଙ୍କ ପାଇଁ ଭାରତ ପକ୍ଷରୁ ପ୍ରଥମ ସାମଗ୍ରୀରେ ରିଜ ଟେଣ୍ଟ, ସ୍ଲିପିଙ୍ଗ ବ୍ୟାଗ, କମ୍ବଳ, ସ୍ଲିପିଙ୍ଗ ମ୍ୟାଟ ସହ ଅନ୍ୟ କିଛି ଆବଶ୍ୟକ ସାମଗ୍ରୀ ପଠାଯାଇଛି ।
ସୂଚନାଯୋଗ୍ୟ, ବୁଧବାର ସକାଳେ ପକ୍ତିକା ଅଞ୍ଚଳରେ ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି କି ଏବେ ପର୍ଯ୍ୟନ୍ତ ପକ୍ତିକା ଅଞ୍ଚଳର ବରମଲ ଓ ଗିୟାନ ଜିଲା ଏବଂ ଖୋସ୍ତ ଅଞ୍ଚଳରେ ଥିବା ସ୍ପେରା ଜିଲାରେ ପାଖାପାଖି ୧୦୦୦ଲୋକଙ୍କର ମୃତ୍ୟୁ ହୋଇଛି ଓ ୧୪୫୫ରୁ ଅଧିକ ଆହତ ହୋଇଛନ୍ତି ।

Share