ପାକିସ୍ତାନକୁ ଜବାବ ଦେଲା ତାଲିବାନ: ଅବୈଧ ନିର୍ମାଣ, ସୀମାରେ ଗୁଳି ଚଳାଇବା ଅଭିଯୋଗକୁ କଲା ପ୍ରତ୍ୟାଖ୍ୟାନ

ଇସଲାମାବାଦ,୧୩।୯: ତାଲିବାନ ମଙ୍ଗଳବାର ପାକିସ୍ତାନ ସରକାରଙ୍କ ଦ୍ୱାରା ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଦୁଇ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ପାକିସ୍ତାନ ବୁଧବାର ପ୍ରମୁଖ ତୋର୍ଖମ ସୀମା ପୋଷ୍ଟ ରାସ୍ତା ବନ୍ଦ କରିଦେଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ ସୋମବାର ତାଲିବାନକୁ ବେଆଇନ ନିର୍ମାଣ ଏବଂ ରୋକିବା ସତ୍ତ୍ୱେ ଗୁଳି ଚାଳନା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଫଗାନିସ୍ତାନ ନିଜ ଭୂମିକୁ ବ୍ୟବହାର କରିବାକୁ ଅନୁମତି ଦେଇଥାଏ।

 

Share