Categories: ଜାତୀୟ

ମହିଳାଙ୍କ ମୃତଦେହକୁ ମଧ୍ୟ ଛାଡ଼ୁ ନାହାନ୍ତି

ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ମହିଳାଙ୍କ ସୁରକ୍ଷା ବୋଲି କିଛି ନାହିଁ। ତାଲିବାନ ଆତଙ୍କବାଦୀମାନେ ମହିଳାଙ୍କୁ ଘରୁ ଉଠାଇ ନେଉଛନ୍ତି ନ ହେଲେ ଗୁଳି କରୁ ହତ୍ୟା କରୁଛନ୍ତି। ଏତିକି ନୁହେଁ ମୃତଦେହକୁ ମଧ୍ୟ ବଳାତ୍କାର କରାଯାଉଛି। ଏଭଳି ବଡ଼ ଖୁଲାସା କରିଛନ୍ତି ଭାରତୀୟ ବାୟୁ ସେନାର ପରିବହନ ବିମାନ ଯୋଗେ କାବୁଲରୁ ଉଦ୍ଧାର ପାଇ ଭାରତରେ ପହଞ୍ଚିଥିବା ଜଣେ ଆଫଗାନ ମହିଳା।

ତେବେ ମୃତଦେହ ସହ ଅନୈତିକ ସମ୍ପର୍କ ରଖିବାକୁ ନେକ୍ରୋଫିଲିଆ କୁହାଯାଇଛି। ”ସେମାନେ ମୃତଦେହକୁ ବଳାତ୍କାର କରୁଛନ୍ତି। ବ୍ୟକ୍ତି ଜଣଙ୍କ ଜୀବିତ କି ମୃତ, ସେମାନେ ଖାତିର କରୁ ନାହାନ୍ତି। ଆପଣମାନେ ଏହା କଳ୍ପନା କରିପାରିବେ କି “ ବୋଲି ମୁସ୍କାନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

Share