ବିମାନ ବନ୍ଦର ନିକଟରୁ ୧୫୦ ଲୋକଙ୍କୁ ଅପହରଣ, ଅଧିକାଂଶ ଭାରତୀୟ!

କାବୁଲ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ତାଲିବାନ ଆସୁ ଆସୁ ତା’ର କ୍ରୁରତା ସବୁଠି ସ୍ପଷ୍ଟ ବାରି ହୋଇ ପଡିଲାଣି ବୋଲି କୁହାଯାଉଛି । ଏମାନେ ଗୋଟିଏ ପରେ ଗୋଟିଏ ଲୋମ ହର୍ଷଣକାରୀ ଘଟଣା ଘଟାଇ ଚାଲିଥିବା ଖବର ମିଳୁଛି । ଇତିମଧ୍ୟରେ କାବୁଲ ବିମାନ ବନ୍ଦର ନିକଟରୁ ପ୍ରାୟ ୧୫୦ ଲୋକଙ୍କୁ ଅପହରଣ କରାଯିବା ଏବେ ଆଉ ଏକ ଆଶଙ୍କାକୁ ବଢାଇ ଦେଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିବା ଜଣାପଡିଛି । ଆଫଗାନ ମିଡିଆର ଖବର ଅନୁଯାୟୀ, ବାକୁଲର ହମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରୁ ୧୫୦ ଲୋଙ୍କୁ ତାଲିବାନ ସାଥିରେ ନେଇ ଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଅଛନ୍ତି । ଏହାସହ ଆଫଗାନ ନାଗରିକ ଶିଖ ବି ରହିଥିବା କୁହାଯାଉଛି । ହେଲେ ତାଲିବାନ ଏହାକୁ ଖଣ୍ଡନ କରିଛି ।

Share