କାବୁଲରେ ସରକାର ଗଠନ ପାଇଁ ବଡ ସମାରୋହର ଆୟୋଜନ କରିପାରେ ତାଲିବାନ, ୬ ଦେଶକୁ ଦେଇଛି ନିମନ୍ତ୍ରଣ

କାବୁଲ,୬ ।୯: ଏବେ ସମସ୍ତଙ୍କ ନଜର ତାଲିବାନ ଉପରେ । ଆଫଗାନିସ୍ତାନ କବଜା କରିବା ପରେ ଏବେ ସେ କାବୁଲରେ ସରକାର ଗଠନ କରିବାକୁ ପ୍ରସ୍ତୁତିରେ ଲାଗି ପଡିଛି । ତେବେ ସରକାର ଗଠନ ପାଇଁ ତାଲିବାନ ବଡ ସମାରୋହର ଆୟୋଜନ କରୁଥିବା ସୂଚନା ମିଳିଛି । ଏଥିପାଇଁ ସେ ୬ ଦେଶକୁ ନିମନ୍ତ୍ରଣ ପଠାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି, ପାକିସ୍ତାନ, ତୁର୍କି, କତ୍ତର, ରୁଷ, ଚାଇନା ଓ ଇରାନ । ଆଫଗାନିସ୍ତାନର ଶେଷ ପ୍ରାନ୍ତ ପଞ୍ଜଶିରଙ୍କୁ କବଜା କରିବା ପରେ ତାଲିବାନ ସରକାର ଗଠନ କରିବାକୁ ୬ ଦେଶକୁ ନିମନ୍ତ୍ରଣ ପଠାଇଛି । ତାଲିବାନର ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ ସୋମବାର ଏକ ବୟାନରେ କହିଛନ୍ତି ପଞ୍ଜଶିର ଏବେ ତାଲିବାନ ନିୟ୍‌ନ୍ତ୍ରଣରେ ହଜାର ହଜାର ବୀର ତାଲିବାନୀ ରାତାରାତି ପଞ୍ଜଶିରର ୮ ଜିଲା ଉପରେ କବଜା କରିଛନ୍ତି ।

Share