ପାକିସ୍ତାନରେ ତାଲିବାନୀ ଆଇନ, ଜିନ୍ସ୍‌ ପିନ୍ଧିବାକୁ ବାରଣ…

ଇସଲାମାବାଦ୍‌,୯।୯: ପାକିସ୍ତାନର ଫେଡେରାଲ ଡାଇରେକ୍ଟୋରେଟ ଅଫ ଏଜୁକେସନ (ଏଫଡିଏ) ପକ୍ଷରୁ ତାଲିବାନୀ ଆଇନ ପ୍ରଣୟନ କରାଯାଇଛି। ଏଫଡିଏ ଶିକ୍ଷୟିତ୍ରୀମାନଙ୍କୁ ଜିନ୍ସ ଏବଂ ଟାଇଟ ପୋଷାକ ପିନ୍ଧିବାକୁ ବାରଣ କରିଛି। ଏହା ବ୍ୟତୀତ ପୁରୁଷ ଶିକ୍ଷକମାନଙ୍କୁ ଜିନ୍ସ ଏବଂ ଟି-ଶର୍ଟ ନ ପିନ୍ଧିବା ପାଇଁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଡନ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏ ସମ୍ପର୍କରେ ଶିକ୍ଷା ନିର୍ଦ୍ଦେଶକ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ପଠାଇଛନ୍ତି। ଚିଠିରେ ପ୍ରଧାନ ଶିକ୍ଷକ ଏବଂ ପ୍ରିନ୍ସପଲମାନଙ୍କୁ କୁହାଯାଇଛି ଯେ ପ୍ରତ୍ୟେକ କର୍ମଚାରୀ ଠିକ ଭାବରେ ପୋଷାକ ପିନ୍ଧନ୍ତୁ ଯାହା ଦ୍ୱାରା ସମାଜକୁ ଏକ ଭଲ ବାର୍ତ୍ତା ପଠାଯାଇ ପାରିବ। ନିୟମିତ କେଶ କାଟିବା, ଦାଢ଼ିି କାଟିବା, ନଖ କାଟିବା, ସାୱାର ଏବଂ ଅତର ବ୍ୟବହାର ଭଳି ଭଲ ପଦକ୍ଷେପ ବିଷୟରେ ମଧ୍ୟ ଏହି ଚିଠିରେ କୁହାଯାଇଛି।
ପାକିସ୍ତାନ ଶିକ୍ଷା ବିଭାଗ କହିଛି ଯେ ଅନୁସନ୍ଧାନ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଲୋକଙ୍କ ଚିନ୍ତାଧାରା ଉପରେ ପୋଷାକର ପ୍ରଭାବ ଅନୁଭୁତ ହେଉଛି। ପ୍ରଥମ ପ୍ରଭାବ ଛାତ୍ରମାନଙ୍କ ବ୍ୟକ୍ତିତ୍ୱ ଉପରେ ପଡୁଛି। ଆମେ ସ୍ଥିର କରିଛୁ ଯେ ଶିକ୍ଷୟିତ୍ରୀମାନେ ବର୍ତ୍ତମାନଠାରୁ ଜିନ୍ସ କିମ୍ବା ଟାଇଟ ପିନ୍ଧି ପାରିବେ ନାହିଁ। ସେମାନଙ୍କୁ ଶ୍ରେଣୀଗୃହ ଏବଂ ଲ୍ୟାବରେ ଶିକ୍ଷାଦାନ ଗାଉନ କିମ୍ବା କୋଟ ପିନ୍ଧିବାକୁ ବାଧ୍ୟ କରାଯିବ। ଶିକ୍ଷା ବିଭାଗର ଏହି ଆଦେଶ ବିରୋଧରେ ବିଭିନ୍ନ ମହଲରୁ ସ୍ବର ଉଠିବାରେ ଲାଗିଛି।

Share