ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିଲେ ତାଲିବାନ୍‌ ନେତା

କାବୁଲ,୧୯ା୮: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍‌ଜାଇ ତାଲିବାନ୍‌ର ଜଣେ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ଆମେରିକା ପକ୍ଷରୁ ଆତଙ୍କବାଦୀ ସଙ୍ଗଠନ ରୂପେ ଘୋଷଣା କରାଯାଇଥିବା ହକ୍କାନି ନେଟଓ୍ବର୍କ ମୁଖ୍ୟ ଅନସ୍‌ ହକ୍କାନିଙ୍କୁ କାର୍‌ଜାଇ ଓ ବରିଷ୍ଠ ନେତା ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲା ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ତାଲିବାନର ଶୀର୍ଷ ନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦରଙ୍କ ସହ ମୂଲଚାଲରେ ସହାୟକ ହେବ ବୋଲି କୁହାଯାଉଛି। ଅନସ୍‌ ହକ୍କାନି ହେଉଛନ୍ତି ତାଲିବାନ୍‌ର ବରିଷ୍ଠ ନେତା ସିରାଜୁଦ୍ଦିନ ହକ୍କାନିଙ୍କ ଭାଇ। ସିରାଜୁଦ୍ଦିନ ବାପା ଜଲାଲୁଦ୍ଦିନ ହକ୍କାନିଙ୍କ ମୃତ୍ୟୁ ପରେ ଏହି ନେଟ୍‌ଓ୍ବର୍କର ନୂଆ ନେତା ଭାବେ ଦାୟିତ୍ୱ ନେଇଥିଲେ। ପ୍ରକାଶ ଯେ, ୨୦୧୨ରେ ଆମେରିକା ହକ୍କାନି ନେଟ୍‌ଓ୍ବର୍କକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଥିଲା।

Share