ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଲିବାନ୍‌ ପ୍ରତିଷ୍ଠାତା

କାବୁଲ,୧୫।୯: ତାଲିବାନ୍‌ ଉପ ପ୍ରତିଷ୍ଠାତା ତଥା ବର୍ତ୍ତମାନ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲା ଅବଦୁଲ ଘନି ବରାଦରଙ୍କୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ସ୍ଥାନ ଦେଇଛି ଟାଇମ ମାଗାଜିନ୍‌। ଏହି ତାଲିବାନ୍‌ ନେତାଙ୍କୁ ପରୋପକାରୀ ସାମରିକ ନେତା ଓ ଜଣେ ଧାର୍ମିକ ବ୍ୟକ୍ତି ବୋଲି ମାଗାଜିନ୍‌ରେ ଦର୍ଶାଯାଇଛି।

ବୁଧବାର ଚଳିତ ୨୦୨୧ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ନେତାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହାରିସ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ସସେକ୍ସ ଯୁବରାଜ ହ୍ୟାରି ଓ ମେଘାନ ଏବଂ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଅନ୍ତର୍ଜାତୀୟ ନେତା ରହିଛନ୍ତି। ତେବେ ଜୋ ବାଇଡେନ ଓ ସି ଜିନପିଙ୍ଗଙ୍କ ଭଳି ନେତାଙ୍କ କ୍ୟାଟେଗୋରିରେ ବରାଦରଙ୍କୁ ରଖାଯାଇଛି।

Share