Advertisement

ପାକିସ୍ତାନକୁ ଚେତାବନୀ ଦେଲେ ତାଲିବାନ ନେତା

କାବୁଲ,୩।୧:ତାଲିବାନ ନେତା ଅହମ୍ମଦ ୟାସିର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଏକ ଫଟୋ ଶେୟାର କରି ପାକିସ୍ତାନକୁ ଚିନ୍ତାରେ ପକାଇଛନ୍ତି।
ୟାସିର ୧୯୭୧ରେ ପାକିସ୍ତାନ ଭାରତରେ ଆତ୍ମସମର୍ପଣ କରିବାର ଫଟୋ ଶେୟାର କରି ଲେଖିଛନ୍ତି ଯେ, ଯଦି ପାକିସ୍ତାନ ସେମାନଙ୍କୁ ସାମରିକ ଆକ୍ରମଣ କରେ ତେବେ ସେମାନେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବେ। ଏଥିସହ ସେ ପାକ ମନ୍ତ୍ରୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନୀ ମନ୍ତ୍ରୀ ରାଣା ସନାଉଲ୍ଲା ତାଲିବାନକୁ ଧମକ ଦେଇ କହିଥିଲେ, ଯଦି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ତାଙ୍କ ଦେଶ ଉପରେ ଆକ୍ରମଣ ବନ୍ଦ ନ କରେ, ତେବେ ପାକିସ୍ତାନୀ ସେନା ଆଫଗାନିସ୍ତାନରେ ପ୍ରବେଶ କରିବ ଏବଂ ଟିଟିପି ଆତଙ୍କବାଦୀଙ୍କ ଲୁଚକାଳି ଖେଳ ଶେଷ କରିବ। ସେ ଅଭିଯୋଗ କରିଛନ୍ତି, ଟିଟିପି ଆତଙ୍କବାଦୀମାନେ ପାକିସ୍ତାନରେ ଆକ୍ରମଣ କରି ଆଫଗାନିସ୍ତାନରେ ଲୁଚି ରହିଛନ୍ତି। ତାଲିବାନ ସରକାର ସେମାନଙ୍କୁ ସମର୍ଥନ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share