Categories: ଜାତୀୟ

ମହାରାଷ୍ଟ୍ର ସରକାରଙ୍କୁ ତାଲିବାନ ସହ ତୁଳନା

ମୁମ୍ବାଇ,୨୪।୮ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଦେଇଥିବା ବିବାଦୀୟ ମନ୍ତବ୍ୟ ଠାରୁ ଭାଜପା ଦୂରେଇ ରହିଛି। କିନ୍ତୁ କେନ୍ଦ୍ର ମନ୍ତ୍ରୀଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ଭାଜପା ମୁଖ୍ୟ ଜେ. ପି. ନଡ୍ଡା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ।

ଭାଜପା ରାଣେଙ୍କ ମନ୍ତବ୍ୟର ସମର୍ଥନ କରୁନାହିଁ। କିନ୍ତୁ ତାଙ୍କ ସହ ଦଳ ଛିଡ଼ା ଅଛି। ବିରୋଧୀଙ୍କୁ ଚୁପ କରିବା ପାଇଁ ରାଜ୍ୟ ପୋଲିସ ବଳକୁ ବ୍ୟବହାର କରାଯାଉଛି। ରାଜ୍ୟରେ ଆଇନ ଓ ଶୃଙ୍ଖଳା ରହିବା ଉଚିତ ତାଲିବାନ ଭଳି ସରକାର ଚଳିବ ନାହିଁ ବୋଲି ଫଡନାଭିସ କହିଛନ୍ତି।

ସେହିଭଳି ନଡ୍ଡା କହିଛନ୍ତି, ଜନ ଆଶୀର୍ବାଦ ଯାତ୍ରାରେ ଭାଜପାକୁ ମିଳୁଥିବା ସମର୍ଥନ ଏମାନଙ୍କ ହଜମ ହେଉ ନାହିଁ। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରାଯିବା ସାମ୍ବିଧାନିକ ମୂଲ୍ୟବୋଧ ଉଲ୍ଲଂଘନ। ଆମେ ଏଭଳି କାର୍ଯ୍ୟ ଦ୍ୱାରା ଭୟଭୀତ ହେବୁ ନାହିଁ। ଆମେ ଗଣତାନ୍ତ୍ରିକ ଭାବେ ଲଢ଼େଇ ଜାରି ରଖିବୁ।

Share