ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଲା ତାଲିବାନ୍‌, ପାକିସ୍ତାନ ପାଇଁ ପାଲଟିବ ବୁମେରାଂ…

କାବୁଲ,୨୪।୮: ତାଲିବାନ ଆତଙ୍କବାଦୀମାନେ ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ଏହାକୁ ସେମାନେ ପାକିସ୍ତାନ ପଠାଇ ଦେଇଛନ୍ତି। ମାତ୍ର ଭାରତ ବିରୋଧରେ ଏହାର ବ୍ୟବହାର ପୂର୍ବରୁ ପାକିସ୍ତାନରେ ଆତଙ୍କ ସୃଷ୍ଟି କରାଯିବ ବୋଲି କେତେକ ଉଚ୍ଚପଦସ୍ଥ ଭାରତୀୟ ସେନା ଅଧିକାରୀ କହିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ପାଇଁ ବୁମେରାଂ ପାଲଟିବ ବୋଲି ସେନା ଅଧିକାରୀମାନେ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଭାରତରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀକୁ ମଧ୍ୟ ଅସ୍ତ୍ର ଯୋଗାଇବାର ସମ୍ଭାବନା ରହିଛି, କିନ୍ତୁ ସେମାନଙ୍କ ସହ ମୁକାବିଲା କରିବାକୁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେନା ଅଧିକାରୀ କହିଛନ୍ତି। ଅଧିକାରୀମାନଙ୍କୁ ମିଳିଥିବା ଇନପୁଟ ଅନୁସାରେ ଲୁଟ ହୋଇଥିବା କେତେକ ଛୋଟ ଅସ୍ତ୍ର ପାକିସ୍ତାନକୁ ପଠାଯାଉଛି। କିନ୍ତୁ ତାଲିବାନର ବିଜୟ ଯେପରି ଆତଙ୍କବାଦୀ ଗୋଷ୍ଠୀକୁ ଉତ୍ସାହିତ କରିଛି, ଏହି ଅସ୍ତ୍ରଶସ୍ତ୍ରକୁ ହିଂସା ପାଇଁ ପାକିସ୍ତାନ ବିରୋଧରେ ବ୍ୟବହାର କରାଯିବାର ବଡ଼ ସମ୍ଭାବନା ଅଛ ବୋଲି ସେନା ଅଧିକାରୀମାନେ ସୂଚନା ଦେଇଛନ୍ତି। ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏମ୍‌-୧୬ ଏବଂ ଏମ୍‌-୪ ଆସଲ୍ଟ ରାଇଫଲ, ଇସ୍ପାତ କୋର ବୁଲେଟ,ବୁଲେଟ ପ୍ରୁଫ ଉପକରଣ, ନାଇଟ ଭିଜନ ଗଗଲ୍ସ୍‌ ବହୁ ସଂଖ୍ୟକ ସ୍ନାଇପର ରାଇଫଲ ଆଦି ରହିଛି।

Share