ଶାନ୍ତି ଦୂତଙ୍କ ସହ ତାଲିବାନର ଆଲୋଚନା

କାବୁଲ,୧୮।୮ : ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ତଡ଼ିବା ପରେ ତାଲିବାନ ଏବେ ସରକାର ଗଢ଼ିବା ଦିଗରେ ଆଗେଇଛି। ଏଥିଲାଗି ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇଙ୍କୁ ଭେଟିଛନ୍ତି ଜଣେ ତାଲିବାନ କମାଣ୍ଡର ଓ ହକ୍କାନି ନେଟ୍‌ଓ୍ବର୍କ ଆତଙ୍କବାଦୀ ସଂଗଠନର ବରିଷ୍ଠ ନେତା ଅନାସ ହକ୍କାନି।

ବୈଠକରେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ପୁରୁଣା ସରକାରଙ୍କ ମୁଖ୍ୟ ଶାନ୍ତି ଦୂତ ଅବଦୁଲା ଅବଦୁଲା। ଏ ନେଇ ବୁଧବାର ଜଣେ ତାଲିବାନ ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ତାଲିବାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ହକ୍କାନି ନେଟଓ୍ବାର୍କ। ଏହି ଆତଙ୍କବାଦୀ ସଂଗଠନ ରବିବାର ରାଜଧାନୀ କାବୁଲକୁ ଅକ୍ତିଆର କରି ନେଇଥିଲା। ନିକଟ ଅତୀତରେ ଆଫଗାନିସ୍ତାନରେ ଖୁବ୍‌ ଆତଙ୍କ ଖେଳାଇଥିଲା ଏହି ସଂଗଠନ।

Share