କାବୁଲ,୧୯।୧୧: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜନବସତିକୁ ଟାର୍ଗେଟ୍ କରାଯାଇଛି। ତାଲିବାନର ମୋର୍ଟାର ମାଡ଼ରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଏବଂ ଛୋଟ ଶିଶୁଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆପଗାନିସ୍ତାନର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା କୁଣ୍ଡୁଜ୍ ସହରରେ ଏଭଳି ଘଟିଛି। ସହରର ତାଲୋକା ଅଞ୍ଚଳରେ ଆତଙ୍କବାଦୀମାନେ ମୋର୍ଟାର ମାଡ଼ କରିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଲିବାନର ଉଗ୍ର ମନୋଭାବ ଯୋଗୁ ଧୀରେଧୀରେ ଦେଶର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।