ଜନବସତି ଉପରେ ତାଲିବାନର ମୋର୍ଟାର ମାଡ଼: ୭ ସାଧାରଣ ଲୋକ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜନବସତିକୁ ଟାର୍ଗେଟ୍‌ କରାଯାଇଛି। ତାଲିବାନର ମୋର୍ଟାର ମାଡ଼ରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଏବଂ ଛୋଟ ଶିଶୁଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆପଗାନିସ୍ତାନର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା କୁଣ୍ଡୁଜ୍‌ ସହରରେ ଏଭଳି ଘଟିଛି। ସହରର ତାଲୋକା ଅଞ୍ଚଳରେ ଆତଙ୍କବାଦୀମାନେ ମୋର୍ଟାର ମାଡ଼ କରିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଲିବାନର ଉଗ୍ର ମନୋଭାବ ଯୋଗୁ ଧୀରେଧୀରେ ଦେଶର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

Share