କାବୁଲ,୯।୧୦: ଆଫଗାନିସ୍ତାନର ଫରିଆବ ପ୍ରଦେଶରେ ତାଲିବାନ ଅଧିକାରୀ ଅବଦୁଲ ରେହମାନ ମୁନାୱାରଙ୍କୁ ହତ୍ୟା କରାଯାଇଛି। ରେହମାନ ତାଙ୍କ ଘରକୁ ଯାଉଥିବା ସମୟରେ ଜଣେ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଫରିୟାବ ପ୍ରଦେଶର ସୂଚନା ଓ ସଂସ୍କୃତିର କାର୍ଯ୍ୟନିର୍ବାହୀ ମୁଖ୍ୟ ଶାମସୁଲ୍ଲା ମହମ୍ମଦ ଏହି ହତ୍ୟାକାଣ୍ଡର ଖବରକୁ ନିଶ୍ଚିତ କରିଛନ୍ତି।
ଶାମସୁଲ୍ଲା ମହମ୍ମଦ ଗଣମାଧ୍ୟମକୁ କହିଛନ୍ତି, ଫରିୟାବ ପ୍ରଦେଶର ତାଲିବାନର ଅର୍ଥନୈତିକ ବ୍ୟାପାର ମୁଖ୍ୟ ଅବଦୁଲ ରେହମାନ ମୁନାୱାରଙ୍କୁ ଘରକୁ ଫେରୁଥିବା ସମୟରେ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ହତ୍ୟା କରିଥିଲେ। ତେବେ ଏହି ହତ୍ୟାକାଣ୍ଡର ତଦନ୍ତ କରାଯାଉଛି। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ସଂଗଠନ ଏହାର ହତ୍ୟା ପାଇଁ ନିଜକୁ ଦାୟୀ କରିନାହାଁନ୍ତି।
ଗତ ବର୍ଷ ତାଲିବାନ କ୍ଷମତାକୁ ଆସିବା ପରେ ଅପରାଧ ଏବଂ ହତ୍ୟା ମାମଲା ଦୋରେ ବୃଦ୍ଧି ପାଇଛି। ଏପରିକି ତାଲିବାନର ଅଧିକାରୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି।