ଛାତ୍ରୀଙ୍କୁ ପାଠ ପଢାଇପାରିବେନି ପୁରୁଷ ଶିକ୍ଷକ

କାବୁଲ,୩୦।୮: ଆଫଗାନିସ୍ତାନକୁ ନିଜ ହାତକୁ ନେବା ପରେ ତାଲିବାନମାନେ ବର୍ବର କାଣ୍ଡ ଘଟାଇବା ସହ ନିଜର ଅସଲ ରୂପ ଦେଖାଉଛନ୍ତି। ସୋମବାର ତାଲିବାନ ମହିଳା ଶିକ୍ଷା ଉପରେ ମଧ୍ୟ ରୋକ ଲଗାଇଛନ୍ତି। ଏହାସହ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଏବେ ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପାଠ ପଢାଇପାରିବେ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ଶେଖ ଅବଦୁଲ ବାକି ହକାନୀ ଏହି ଘୋଷଣା କହିଛନ୍ତି। ସେ କହିଛନ୍ତି, ଆଫଗାନିସ୍ତାନ ଲୋକେ ପ୍ରମାଣ କରିଛନ୍ତି ଯେ, ସେମାନେ ଧାର୍ମିକ ଏବଂ ଜାତୀୟ ମୂଲ୍ୟବୋଧରେ ଶକ୍ତିଶାଳୀ। ଏଥିରେ ଯୁବଗୋଷ୍ଠୀ ବଡ ଦାୟିତ୍ୱ ତୁଲାଇଛନ୍ତି। ଏବେ ଦେଶ ନିର୍ମାଣରେ ଦେଶର ଶିକ୍ଷକ ତଥା ବିଶେଷଜ୍ଞଙ୍କ ସେମାନଙ୍କର ଭୂମିକା ଗ୍ରହଣ କରିବାର ଦାୟିତ୍ୱ ନେବେ।

Share